(ନୂଆଦିଲ୍ଲୀ): ଭାରତ ଚଳିତବର୍ଷ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରିବ । ଏହି ମିଶନରେ ଚନ୍ଦ୍ରଯାନ-୨ ତୁଳନାରେ କମ ଖର୍ଚ୍ଚ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି । ତେବେ ଚନ୍ଦ୍ରଯାନ-୨ ମିଶନ ମିଶନକୁ ବିଫଳ କୁହାଯାଇ ପାରିବ ନାହିଁ । କାରଣ ଏହି ମିଶନରେ ଚନ୍ଦ୍ରଯାନ-୨ର ‘ଲ୍ୟାଣ୍ଡର ବିକ୍ରମ’କୁ ଭାରତ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା ପାଇଁ ଉଦ୍ୟମ କରିଥିଲା । କୌଣସି ଦେଶ ପ୍ରଥମ ଉଦ୍ୟମରେ ସଫଳ ଚନ୍ଦ୍ରପୃଷ୍ଠରେ ଅବତରଣ କରିନାହିଁ । ଏଣୁ ଚନ୍ଦ୍ରଯାନ-୨ରୁ ମିଳିଥିବା ଅଭିଜ୍ଞତା ଚନ୍ଦ୍ରଯାନ-୩ ମିଶନରେ କାମ ଦେବ ବୋଲି ସେ କହିଛନ୍ତି । ତେବେ ଚଳିତବର୍ଷ କେବେ ଏହି ଚନ୍ଦ୍ରାଭିଯାନ ହେବ ଏନେଇ କେନ୍ଦ୍ରମନ୍ତ୍ରୀ କୌଣସି ସୂଚନା ଦେଇନାହାନ୍ତି । ଉଲ୍ଲେଖଯୋଗ୍ୟ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରାଭିଯାନ ପାଇଁ ଚନ୍ଦ୍ରଯାନ ଓ ଚନ୍ଦ୍ରଯାନ-୨ ଉତକ୍ଷେପଣ କରାଯାଇଛି । ଚନ୍ଦ୍ରଯାନରେ କେବଳ ଗୋଟିଏ ଅର୍ବିଟର ଚନ୍ଦ୍ରପୃଷ୍ଠକୁ ପ୍ରେରଣ କରାଯାଇଥିଲା । ଚନ୍ଦ୍ରଯାନ-୨ରେ ଅର୍ବିଟର ସହ ଲ୍ୟାଣ୍ଡର ଓ ରୋଭରକୁ ମଧ୍ୟ ପଠାଯାଇଥିଲା । ମାତ୍ର ତାହା ଚନ୍ଦ୍ରଭୃଷ୍ଠରେ ସଫଳ ଭାବେ ଅବତରଣ କରିପାରିନଥିଲା ।
previous post