Uncategorized

ଚୀନରେ ଭୂମିକମ୍ପ: ତୀବ୍ରତା ୫.୧

ବେଜିଂ: କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଚୀନ ବାସୀ ଅତିଷ୍ଠ ହୋଇପଡିଥିବା ବେଳେ ଚୀନର କରୋନା ପ୍ରଭାବିତ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦକ୍ଷିଣ ପଶ୍ଚିମ ଚୀନରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ପରେ ଚୀନ ପ୍ରଶାସନ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଛି । ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ, ଚୀନ ଭୂକମ୍ପ ନେଟର୍ବସ୍ ସେଣ୍ଟର (ସିଏଏନସି)ରୁ ମିଳିଥିବା ସୂଚନା ଅନୁଯ।।ୟୀ, ଏହି ଭୂକମ୍ପର କେନ୍ଦ୍ର ୩୦.୭୪ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୧୦୪.୪୬ ଡିଗ୍ରୀ ପୂର୍ବ ଦେଶାନ୍ତର ମଧ୍ୟରେ ଭୂମିର ପ୍ରାୟ ୨୧ କିମି ଭିତରେ ଥିବା ବେଳେ ଏହାର ତୀବ୍ରତା ରେକ୍ଟର ସ୍କେଲରେ ୫.୧ ରହିଥିଲା । ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିଲା । କୂକମ୍ପର କେନ୍ଦ୍ରଠାରୁ ୩୮ କିମି ଦୂର ଚେଙ୍ଗଡୁ ଅଞ୍ଚଳରେ କିନ୍ତୁ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା ।
ଭୂକମ୍ପ ପରେ ପ୍ରଭାବିତ ଅଞ୍ଚଳରୁ ୧୫୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଉଦ୍ଧାର କାର୍ଯ୍ୟରେ ୩୪ଟି ଗାଡି ନିୟୋଜିତ କରାଯାଇଛି । ଚୀନ ସରକାରୀ ସମାଚାର ଏଜେନ୍ସି ଶିନ୍ହୁଆ ମୁତାବକ, ଏପର୍ଯ୍ୟନ୍ତ କୌଣସି ଜନଜୀବନର କ୍ଷତି ହୋଇଥିବା ଖବର ନାହିଁ ।

ସୂଚନା ଅନୁଯାୟୀ, ସୋମବାର ଭୋର ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଲୋକମାନେ ଭୟରେ ନିଜ ଘରୁ ବାହରି ଯାଇଥିଲେ । ଭୂକମ୍ପ ପରେ ଲୋକ ସଡକ ଓ ଖୋଲା ଜାଗାକୁ ପଳାୟନ କରିଥିଲେ ।

Related posts

ଚୀନରୁ ଆସାମ ଆସିଲା ୫୦ ଜହାର ପିପିଇ କିଟ

mahabharatanews

ଭାରତର ପ୍ରତିବଦ୍ଧତାକୁ ଡବ୍ଲୁଏଚଓର ପ୍ରଶଂସା

mahabharatanews

ନେପାଳରେ ରାଜନୈତିକ ଝଡ, ଜୋର ଧରୁଛି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି

mahabharatanews

Leave a Comment