(ମହାଭାରତ): ଆବଶ୍ୟକ ସାମଗ୍ରୀ: ଅଟା,ଛତୁ,ଲୁଣ,ମଇଦା,ଜୁଆଣି,ଘିଅ,ଗୋଲମରିଚ ଗୁଣ୍ଡ,କଟାପିଆଜ,କଟା କଞ୍ଚା ଲଙ୍କା,କଟା ଅଦା,ଲଙ୍କା ଗୁଣ୍ଡ,ଚାଟ ମସଲା,ଆମଚୁର ପାଉଡ଼ର,କଟା ଧନିଆ ପତ୍ର ଓ ତେଲା ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା,ଲୁଣ,ମଇଦା,ଜୁଆଣି ଓ ଘିଅ ନେଇ ଭଲ ଭାବେ ଗୋଳାନ୍ତୁ । ଏହା ପରେ ଅଳ୍ପ ଅଳ୍ପ ପାଣି ଢାଳି ଅଟାକୁ ଦଳନ୍ତୁ । ଅଟା ଦଳି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ ଗୁଡ଼ାଇ କିଛି ସମୟ ରଖି ଦିଅନ୍ତୁ ।
ଏକ ତାୱା ଗରମ କରି ତେଲ ପକାନ୍ତୁ । ତେଲ ଗରମ ହେବା ପରେ କଟା ଛତୁକୁ ପକାଇ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ ଦେଇ କିଛି ସମୟ ଭାଜନ୍ତୁ । ପରେ ଏଥିରେ କଟା ପିଆଜ,କଟା କଞ୍ଚା ଲଙ୍କା,କଟା ଅଦା,ଲଙ୍କାଗୁଣ୍ଡ,ଚାଟ ମସଲା,ଆମଚୁର ପାଉଡ଼ର ଓ କଟା ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ । ମସଲା ପ୍ରସ୍ତୁତ ହୋଇଯିବା ପରେ ଏହାକୁ କାଢି ଥଣ୍ଡା କରନ୍ତୁ ।
ଏବେ ଚକଟା ଯାଇଥିବା ଅଟାକୁ ଗୁଳା କରନ୍ତୁ ଓ ଏହାକୁ ଅଳ୍ପ ବେଲି ଏହା ମଝିରେ ଛତୁ ପୁର ଦେଇ ପୁଣି ବନ୍ଦ କରିଦିଅନ୍ତୁ । ଏହା ପରେ ଏଗୁଡ଼ିକୁ ରୁଟି ପରି ବେଲନ୍ତୁ ଏବଂ ଗମର ତାୱାରେ ପକାଇ ଭଲ ଭାବେ ସେକନ୍ତୁ । ଦୁଇ ପଟ ଭଲ ଭାବେ ସେକି ହୋଇଗଲେ ତେଲ ପକାଇ ଏପଟ ସେପଟ କରନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ‘ଛତୁ ପରଟା’ । ଏହାକୁ ଚଟଣି,ସସ କିମ୍ବା ଦହି ସହିତ ଗରମ ଗରମ ଖାଆନ୍ତୁ ।