ନୂଆଦିଲ୍ଲୀ: ସରକାରୀ କ୍ୱାଟରକୁ ବେଆଇନ ଭାବେ ୧୯୯୮ ମସିହାରୁ କବଜାରେ ରଖିଥିବା କବଜାକାରୀଙ୍କୁ ଆସନ୍ତା ୧୫ ଦିନ ମଧ୍ୟରେ ଖାଲି କରିବାକୁ ଆଜି ଦିଲ୍ଲୀ ହାଇକୋର୍ଟ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଆଣ୍ଟି କରପ୍ସନ କାଉନସିଲ ଅଫ ଇଣ୍ଡିଆ ନାମକ ଏକ ସଂସ୍ଥା ଦ୍ୱାରା କୋର୍ଟରେ ଦାୟର ଏକ ଯାଚିକାର ଶୁଣାଣି କରି କୋର୍ଟ ମନ୍ତ୍ରଣାଳୟକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଡି ଏନ ପଟେଲ ଓ ଜଷ୍ଟିସ ସି ହରି ଶଙ୍କରଙ୍କୁ ନେଇ ଗଡିଥ ଏକ ଖଣ୍ଡପୀଠ ମନ୍ତ୍ରଣାଳୟକୁ କହିଛନ୍ତି, ସରକାରୀ ଆବାସ ଛାଡୁ ନ ଥିବା ଲୋକଙ୍କୁ ର।।ସ୍ତାକୁ ଘୋଷାଡି ଆଣନ୍ତୁ ।
ଏହି ସହ କୋଟ ସ୍ପଷ୍ଟ କରିଛନ୍ତି, ଯଦି କୌଣସି ଆବାସ ଛାଡିବା ଉପରେ କୌଣସି ଟ୍ରିବୁନାଲ ବା କୋର୍ଟଙ୍କ ସ୍ଥଗିତା ଦେଶ ରହିଛି, ତେବେ ଏହା ଉପରେ ମନ୍ତ୍ରଣାଳୟ ଉକ୍ତ ଆବାସ ବା କବଜାକାରୀ ଉପରେ ପଦକ୍ଷେପ ନେବା ଉଚିତ୍ ନୁହେଁ । ସେହି ବିଷୟ ତାଲିକାଭୁକ୍ତ ହୋଇଛି ଓ ଫେବୃଆରୀ ୨୭ରେ ତାର ଶୁଣାଣି ହେବ । କିନ୍ତୁ ଯେଉଁ ୫୭୫ ସରକାରୀ ଆବାସରେ ଜରଦରସ୍ଥ ଅକ୍ତିଆର ରହିଛି, ସେସବୁକୁ ଖ।।ଲି କରିବାରେ ମନ୍ତ୍ରଣାଳୟ ବିଫଳ ହୋଇଛି । ତେଣୁ କେ।।ର୍ଟ ମନ୍ତ୍ରଣାଳୟ ସଚିବଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନ।। ଲଗାଇଛନ୍ତି । ମନ୍ତ୍ରଣାଳୟ କୋର୍ଟଙ୍କୁ ଜଣାଇଥିଲା କି, ସରକାରୀ ଆବାସରେ ଜବରଦସ୍ତି ରହୁଥିବା ଲେ।।କଙ୍କଠାରୁ ସରକାରକୁ କୋଟି କୋଟି ଟଙ୍କା ପାଇବାକୁ ବାକି ରହିଛି ।
ସୂଚନାଯୋଗ୍ୟ ଏହି ଜବରଦଖଲକାରୀଙ୍କ ମଧ୍ୟରେ ୧୧ ଜଣ ପୂର୍ବତନ ସାଂସଦ ରହିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଏ ପି ଜିତେନ୍ଦ୍ର ରେଡ୍ଡୀ, ମୁରଲି ମୋହନ ମାଗାନ୍ତି, ରଞ୍ଜିତ ରଞ୍ଜନ, ଧନଞ୍ଜୟ ମହାଡିକ, ଡ/ କେ ଗୋପାଳ, ବୀଣା ଦେବୀ, ତେଜ ପ୍ରତାପ ସିଂହ ଯାଦବ, ମନୋହର ଉନ୍ତୱାଲ, ଉଦିତ ରାଜ, କେ ସି ରାମମୂର୍ତ୍ତି ଓ ସଞ୍ଜୟ ସିଂ ପ୍ରମୁଖ ରହିଛନ୍ତି । କିଛି ସରକାରୀ ଆବାସ ଛାତି ଦେଇଥିବା ବେଳେ ସେମାନଙ୍କ ଉପରେ ସେମାନଙ୍କ ବକେୟା ପଡି ରହିଛି ।