Uncategorized

ଜାଣନ୍ତୁ କାହିଁକି ପାଳିତ ହେଉଛି,କ’ଣ ରହିଛି ମହାତ୍ମ୍ୟ?

 (ମହାଭାରତ): ମହାଶିବରାତ୍ରୀ ଦେବ ଦେବ ମହାଦେବଙ୍କର ସବୁଠୁ ବଡ ପର୍ବ । ଏହିଦିନ ମହାଦେବଙ୍କ ଆରାଧନା ପାଇଁ ଉପବାସ କରନ୍ତି ଭକ୍ତଗଣ । ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ନିର୍ଜଳ ଉପବାସ ରହିବା ସହିତ ଉଜାଗର ରହି ଦୀପ ଜାଳିଥାନ୍ତି ।
ଅନେକ ସମୟରେ ମନକୁ ପ୍ରଶ୍ନ ଆସେ ଯେ କାହିଁକି ମହାଶିବତାତ୍ରୀ ମାହାତ୍ମ୍ୟ କ’ଣ ବା କାହିଁକି ଏହି ଦିନକୁ ଶିବଙ୍କର ସବୁଠୁ ବଡ ପର୍ବ ବୋଲି କୁହାଯାଉଛି?
ମହାଶିବରାତ୍ରୀ ବା ଜାଗରକୁ ନେଇ ପୁରାଣ ଏବଂ ଶାସ୍ତ୍ରରେ ଭିନ୍ନ ଭିନ୍ନ କଥା ରହିଛି । ଶାସ୍ତ୍ର କହେ ଏହି ଦିନ ଭଗବାନ ଶିବ ହଜାର ସୂର୍ଯ୍ୟର ଜ୍ୟୋତି ଧାରଣ କରି ଏକ ଜ୍ୟୋତି ସ୍ତମ୍ଭ ଭାବେ ଆବିର୍ଭୁତ ହୋଇଥିଲେ । ସେହିପରି ମହାଶିବରାତ୍ରୀକୁ ନେଇ ଆଉ ଏକ କାହାଣୀ ରହିଛି ।
ପୁରାଣର ଅନ୍ୟ ଏକ କଥା ଅନୁସାରେ ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଅସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ଚେତା ଫେରିବା ପର୍ଯ୍ୟନ୍ତ ଦେବଗଣ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ଭକ୍ତମାନେ ମହାଶିବରାତ୍ରୀ ପାଳନ କରିଥାନ୍ତି ।
ଏହି ପର୍ବରେ ଭଗବାନ ଶିବଙ୍କର ପୂଜା ରାତିରେ ହୋଇଥାଏ । ଭକ୍ତ ସେହିଦିନ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହନ୍ତି ।

Related posts

୫ ବର୍ଷରେ ସାରା ଦେଶରେ ୧,୭୫,୬୯୫ ଦୁଷ୍କର୍ମ

mahabharatanews

ଲଶ୍କର ସହଯୋଗୀ ଜହୁର ୱାନି ସମେତ ୫ ଗିରଫ

mahabharatanews

ଅରଖରେ ରହିଛି ଅନେକ ଔଷଧୀୟ ଗୁଣ

mahabharatanews