Uncategorized

ଜୀବିତ ସ୍ୱାମୀଙ୍କ କବର ତିଆରି କଲେ ସ୍ତ୍ରୀ

(ମହାଭାରତ):  ଜଣେ ବ୍ୟକ୍ତିଙ୍କ ଫୋନ ୪ ମାସ ଧରି ବାଜୁ ନଥିଲା । ଫୋନ ଖରାପ ହୋଇଥିବା ଭାବି ସେ ଦୋକାନରେ ନେଇ ଦେଖାଇଲେ ମାତ୍ର ସବୁ ଠିକଠାକ ଥିବା ଦୋକାନୀ କହିଲେ । କିନ୍ତୁ କାହିଁକି ତାଙ୍କ ଫୋନ ରିଙ୍ଗ ହେଉନି ସେ ବ୍ୟତିବ୍ୟସ୍ତ ହୋଇପଡ଼ୁଥିଲେ । ଦିନ ପରେ ଦିନ ଗଡ଼ି ଚାଲିଥାଏ ସତ କିନ୍ତୁ ତାଙ୍କ ଫୋନକୁ କେହି କଲ କରନ୍ତି ନାହିଁ । କିନ୍ତୁ ପରେ ଯାହା ଜାଣିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏମିତି ଘଟଣା ଘଟିଛି ସ୍କଟଲ୍ୟାଣ୍ଡରେ ରହୁଥିବା ୭୫ ବର୍ଷିୟ ଏଲନ ହୈଟେଲଙ୍କ କ୍ଷେତ୍ରରେ । ସେ କୁହନ୍ତି,ଶ୍ମଶାନ ବାଟ ଦେଇ ଥରେ ଘରକୁ ଫେରୁଥିଲେ । ସେଠାରେ ତାଙ୍କ ନାମରେ ଏକ କବର ଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଜାଣିଲେ ଏହା ତାଙ୍କ ପ୍ରଥମ ସ୍ତ୍ରୀଙ୍କ କାମ । କାରଣ ଯେଉଁ କବରଟି ଏଲନଙ୍କର ଥିଲା ସେଥିରେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ ମଧ୍ୟ ରହିଛି । ପ୍ରଥମ ସ୍ତ୍ରୀଙ୍କ ସହ ୨୬ବର୍ଷ ତଳେ ତାଙ୍କର ଛାଡ଼ପତ୍ର ହୋଇଥିଲା । ସେ ରାଗିକି ଏହି କବର ତିଆରି କରିଛନ୍ତି । ତେଣୁ ତାଙ୍କ ମୃତ୍ୟୁ ଘଟିଥିବା ଜାଣି ଲୋକେ ତାଙ୍କୁ ଫୋନ କରୁନାହାନ୍ତି ବୋଲି ଏଲନ କୁହନ୍ତି ।

Related posts

ତିନି ମହଲା କୋଠା ଭୁଶୁଡି ୨ ମହିଳା ଗୁରୁତର

mahabharatanews

ଭୋପାଳରେ ଅଧିକ ସଂଖ୍ୟକ ଶିଶୁ ସଂକ୍ରମିତ

mahabharatanews

ଅଜ୍ଞାତ ବନ୍ଧୁକଧାରୀ ଗୁଳିରେ ଡାକ୍ତରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ

mahabharatanews

Leave a Comment