(ଲକ୍ଷେ୍ନø): ତୃଣମୁଳ କଂଗ୍ରେସ ନେତାଙ୍କୁ ଲକ୍ଷେ୍ନøରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ ବୋଲି ଉତ୍ତରପ୍ରଦେଶ ଡିଜିପି ଓ.ପି. ଓିଂହ ସୂଚନା ଦେଇଛନ୍ତି । ଟିଏମସି ନେତା ଦିନେଶ ତ୍ରିବେଦୀ, ପ୍ରତିମା ମଣ୍ଡଳ, ମହମ୍ମଦ ନଦିମୁଲ ହକ୍ ଏବଂ ଆବିର ବିଶ୍ୱାସ ଲକ୍ଷେ୍ନøରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେମାନେ ସିଏଏ ହିଂସାରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ତେବେ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଟିଏମସି ସଦସ୍ୟଙ୍କୁ ଲକ୍ଷେ୍ନøରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଡିଜିପି କହିଛନ୍ତି । ତେବେ ଉକ୍ତ ନେତାମାନେ ବିମାନ ବନ୍ଦରକୁ ଆସିଲେ ମଧ୍ୟ ସେମାନଙ୍କୁ ସହର ଭିତରକୁ ଛଡାଯିବ ନାହିଁ ବୋଲି ସେ କହିଛନ୍ତି । ଏହାସହ ସେ ଆହୁରି କହିଛନ୍ତି ଯେ, ପୋଲିସ ଅଧିକାରୀ ଏବଂ ସାଧାରଣ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସମ୍ପ୍ରଦାୟର ସଦସ୍ୟ ଏବଂ ସେମାନଙ୍କ ନେତାଙ୍କ ପାଖରେ ପହଞ୍ଚି ଆଇନ ଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରିବାକୁ ଅନୁରୋଧ କରୁଛନ୍ତି ।
previous post