ଓଡିଶା

ଟ୍ରକ ଦୂର୍ଘଟଣାରେ ଯୁବକ ମୃତ, ତିନି ଆହତ

ପାରାଦ୍ୱୀପ: ପାରାଦ୍ୱୀପ ସହରକୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରକ ପଣ୍ୟ କାରବାର ନିମନ୍ତେ ଯିବା ଆସିବା କରିଥାଏ । କିନ୍ତୁ ଏହି ଟ୍ରକ୍ ଚାଳକମାନଙ୍କ ବେପରୁଆ ଗାଡି ଚାଳନା କାରଣରୁ ଅକାଳରେ ଅନେକ ଅମୂଲ୍ୟ ଧନ ଜୀବନହାନୀ ହେଉଛି । ଏହାର ଏକ ନମୂନା ଦେଖିବାକୁ ମିଳିଛି ମଙ୍ଗଳବାର ବିଳମ୍ବିତ ରାତିରେ । ପାରାଦ୍ୱୀପ ନୂଆବଜାର ଅଞ୍ଚଳର ଶାରଦା ସ୍ୱାଇଁ ଓଡି-୦୨-ଇ-୫୮୫୮ ନମ୍ବର ବିଶିଷ୍ଟ ମାରୁତି ସୁଇପ୍ଟ କାର ଯୋଗେ ନିଜର ତିନି ଜଣ ସାଙ୍ଗଙ୍କ ସହ ପାରାଦ୍ୱୀପରୁ ଭୁତମୁଣ୍ଡାଇ ଆଡକୁ ଯାଉଥିଲୋ ପାରାଦ୍ୱୀପ ଗଡ ଆନ୍ତର୍ଗତ ଲୋକନାଥ ମନ୍ଦିର ଗଡା ନିକଟରେ ଏକ ଟ୍ରକ ହଠାତ୍ ବ୍ରେକ୍ ମାରିବାରୁ ମାରୁତି ସୁଇପ୍ଟ କାର୍ଟି ଟ୍ରକ୍ ପଛରେ ପିଟି ହୋଇଯାଇଥିଲା । ଖବର ପାଇ ଲକ୍ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଅଠରବାଙ୍କୀ ମେଡିକାଲ୍ ପଠେଇଥିଲା । ସେଠାରେ ଡାକ୍ତର ଶାରଦାଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ତିନି ଆହତଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । ସରକାର ତଥା ପ୍ରଶାସନ ପାଟ୍ରୋଲିଂ ସହ ଟ୍ରାଫିକ୍ ବ୍ୟବସ୍ଥା କଡାକଡି ନକଲେ ଆହୁରି ଅନେକ ଜୀବନ ଆକାଳରେ ଚାଲି ନ ଯିବ ବୋଲି ମତ ପ୍ରକାଶ ପାଇବା ସହ ତୁରନ୍ତ ପୋଲିସ ପାଟ୍ରୋଲିଂକୁ ବ୍ୟାପକ କରିବାକୁ ସାଧାରଣରେ ଦାବି ହେଉଛି ।

Related posts

ଜାତୀୟସ୍ତରୀୟ ସେମିନାରରେ ଯୁନାନି ଦିବସ ପାଳନ

mahabharatanews

ରାଜ୍ୟରେ ଆଜି ପୁଣି କରୋନା ନେଲା ୧୧ ମୁଣ୍ଡ

mahabharatanews

ଜନଗହଳି ଦେଖି ଜଙ୍ଗଳ ମୁହାଁ ହେଲେ ଆଶ୍ରୟ ନେଇଥିବା ୨ ଭାଲୁ!

mahabharatanews

Leave a Comment