Uncategorized

ଟ୍ରମ୍ପଙ୍କ ଗସ୍ତ ପାଇଁ ଏତେ ଖର୍ଚ୍ଚ କାହିିଁକି: ପ୍ରିୟଙ୍କା

(ନୂଆଦିଲ୍ଲୀ): ଆସନ୍ତା ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ତେବେ ତାଙ୍କ ପାଇଁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୧୦୦ କୋଟି ଟଙ୍କାର ଖର୍ଚ୍ଚ ହେଉଥିବା ସୂଚନା ମିଳିଛି । ଏହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ପ୍ରଶ୍ନ ଉଠାଇଛନ୍ତି । ଟ୍ରମ୍ପଙ୍କ ଗସ୍ତ ପାଇଁ ମୋଦି ସରକାର କେତେ ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଟ୍ରମ୍ପଙ୍କ ଗସ୍ତ ପାଇଁ ସମସ୍ତ ଖର୍ଚ୍ଚ ନାଗରିକ ଅଭିନନ୍ଦନ ସମିତି ପକ୍ଷରୁ ବହନ କରାଯାଉଥିବା ମୋଦି ସରକାର କହୁଛନ୍ତି । ଏଥିପାଇଁ ୧୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହେବ । ତେବେ ଏଥିରେ ସରକାରଙ୍କ ଭାଗିଦାରୀ କେତେ ବୋଲି ସେ ପଚାରିଛନ୍ତି । ଏହି ଟଙ୍କା ଏକ କମିଟି ପକ୍ଷରୁ ପ୍ରଦାନ କରାଯାଉଛି । କେଉଁ ମନ୍ତ୍ରାଳୟ ଏହି କମିଟିକୁ ଏତେ ପରିମାଣର ଟଙ୍କା ଦେଇଛି ତାହା ଦେଶ ଜାଣିବା ଉଚିତ କି ନାହିଁ ବୋଲି ସେ ଶାସକ ବିଜେପିକୁ ଟାର୍ଗେଟ କରି କହିଛନ୍ତି । ସୂଚନାଯୋଗ୍ୟ, ଆସନ୍ତା ୨୪ରେ ଟ୍ରମ୍ପ ଭାରତ ଗସ୍ତରେ ଆସିବେ । ଏଥିପାଇଁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ ଠାରେ ‘ନମସ୍ତେ ଟ୍ରମ୍ପ’ ନାମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଡୋନାଲ୍ଡ ଟ୍ରମ୍ପ ନାଗରିକ ଅଭିନନ୍ଦନ ସମିିତି ଏହି କାର୍ଯ୍ୟକ୍ରମର ଆୟୋଜକ ରହିଛି ।

Related posts

ଛତିଶଗଡ: ଏନକାଉଣ୍ଟରରେ ସବ ଇନିସ୍ପେକକ୍ଟର ସହିଦ, ୪ ମାଓ ମୃତ

mahabharatanews

ବାଗଦାଦର ଗ୍ରୀନ ଜୋନରେ ରକେଟ ମାଡ

mahabharatanews

ଦିଲ୍ଲୀ ଅଟୋ ଭଡା ବୃଦ୍ଧି ଉପରେ ହାଇକୋର୍ଟଙ୍କ ରୋକ୍

mahabharatanews

Leave a Comment