Uncategorized

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମ୍ମଦାବାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି

(ମହାଭାରତ, ଅହମ୍ମଦାବାଦ): ଆସନ୍ତା ୨୨ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ଭାରତ ଗସ୍ତରେ ଆସୁଛନ୍ତି । ଆସନ୍ତା ସପ୍ତାହରେ ସେ ଅହମ୍ମଦାବାଦ ଠାରେ ଏକ ଲକ୍ଷ ଲୋକଙ୍କୁ ଉଦ୍ବୋଧନ ଦେବେ । ତେବେ ଏହା ପୂର୍ବରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଠାରେ ମୋଟେରା ଷ୍ଟାଡିଅମ ଠାରେ ଆମେରିକା ରାଷ୍ଟ୍ରପତି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିପାଇଁ ଷ୍ଟାଡିୟମ ଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଉଭୟ ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ଠାରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ପ୍ରାୟ ଏକ ଲକ୍ଷ ଜନସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବ୍ୟାରିକେଡ ନିର୍ମାଣ କରାଯାଇଛି । ଏହା ସହ ସହରର ସୌନ୍ଦର୍ଯ୍ୟକରଣ ଉପରେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇଛି । ଅହମ୍ମଦାବାଦ ଗସ୍ତ ବେଳେ ଟ୍ରମ୍ପ ଯିବାକୁ ଥିବା ୨୨ କିମି ଲମ୍ବ ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯାଇଛି । ଆମେରିକା ରାଷ୍ଟ୍ରପତିଙ୍କ ସହ ଅନ୍ୟ ମୁଖ୍ୟ ଅତିଥିମାନେ ଅହମ୍ମଦାବାଦରେ ପହଞ୍ଚିବା ପରେ ପ୍ରଥମେ ସାବରମତୀ ଆଶ୍ରମ ଯିବେ ଓ ପରେ ମୋଟେରା ଷ୍ଟାଡିୟମ ଯାଇ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ବେଳେ ଅନୁଷ୍ଠିତ ହୋଇଥିବା ‘ହାଓଡି ମୋଦି’ ଭଳି ଏକ ବିଶାଳ କାର୍ଯ୍ୟକ୍ରମ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏଥିରେ ଟ୍ରମ୍ପ ଆକର୍ଷଣର କେନ୍ଦ୍ର ରହିବେ ।

Related posts

ପାକିସ୍ତାନ: ରିଲିଫ ବଣ୍ଟନରୁ ସଂଖ୍ୟାଲଘୁ ବଞ୍ଚିତ

mahabharatanews

ଘରେ ମାସ୍କ ପ୍ରସ୍ତୁତ କରି ପ୍ରେରଣା ପାଲଟିଲେ କେନ୍ଦ୍ର ମନ୍ତ୍ରୀଙ୍କ କନ୍ୟା, ପତ୍ନୀ

mahabharatanews

ସୁପ୍ରିମ କୋର୍ଟ କର୍ମଚାରୀ କରୋନାରେ ଆକ୍ରାନ୍ତ

mahabharatanews