Uncategorized

ତିନ୍ ତଲାକ୍ ପୀଡିତାଙ୍କୁ ୟୁପି ସରକାର ଦେବେ ଆର୍ଥିକ ସହାୟତା

(ଲକ୍ଷେ୍ନø): ଉତ୍ତରପ୍ରଦେଶ ସରକାର ତିନ୍ ତଲାକ୍ ପୀଡିତାମାନଙ୍କୁ ଆସନ୍ତାବର୍ଷ ଠାରୁ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଥଇଥାନ ବ୍ୟବସ୍ଥା ହେବା ଯାଏ ପୀଡିତାମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ସହାୟତା ଦିଆଯିବ ବୋଲି ଶୁକ୍ରବାର ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ସ୍ୱାମୀଙ୍କ ଠାରୁ ପୃଥକ ହୋଇଥିବା କିମ୍ବା ପରିତ୍ୟକ୍ତା ଅନ୍ୟାନ୍ୟ ସମସ୍ତ ଧର୍ମର ମହିଳାଙ୍କୁ ମଧ୍ୟ ୟୁପି ସରକାର ଆଥିକ ସହାୟତା ପ୍ରଦାନ କରିବେ । ୨୦୨୦ ମସିହା ଠାରୁ ସମ୍ପୃକ୍ତ ମହିଳାମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ । ଏହାସହ ସେମାନେ ରାଜ୍ୟ ସରକାରଙ୍କ ଠାରୁ ମାଗଣା ଆଇନଗତ ସହାୟତା ମଧ୍ୟ ପାଇବେ ।
ତେବେ ଏହି ସହାୟତା ପାଇବା ପାଇଁ ପୀଡିତା ମହିଳାମାନଙ୍କୁ କେବଳ ଏଫଆଇଆର ଏବଂ ଅଦାଲତ ମାମଲା ପ୍ରମାଣପତ୍ରର ନକଲ ଦାଖଲ କରିବାକୁ ପଡିବ । ୟୁପି ସରକାରଙ୍କର ଏହି ଯୋଜନାରେ ୫ ହଜାର ତିନ୍ ତଲାକ୍ ପୀଡିତାଙ୍କ ସମେତ ୧୦ ହଜାର ମହିଳା ଉପକୃତ ହେବେ ବୋଲି ଜଣାପଡିଛି । ଛାଡପତ୍ର ପାଇଥିବା ଓ ଅନ୍ୟ ଧର୍ମର ମହିଳାମାନେ ମଧ୍ୟ ଏହି ଯୋଜନାର ଫାଇଦା ପାଇବେ । ନ୍ୟାୟ ମିଳିବା ଯାଏ ପୀଡିତାମାନଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ଚଳିତବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ । ସୂଚନାଯୋଗ୍ୟ, ତିନ୍ ତଲାକ୍କୁ ଅପରାଧ ବୋଲି ଘୋଷଣା କରି ୨୦୧୯ ଅଗଷ୍ଟ ୧ ତାରିଖରୁ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିଛନ୍ତି ।

Related posts

କଙ୍ଗନାଙ୍କ ନାମରେ ଡ୍ରଗ୍ସ ନେଉଥିବା ଅଭିଯୋଗ ଆଣିଲା ମହାରାଷ୍ଟ୍ର ସରକାର

mahabharatanews

ବିବେକ ଜୋହରୀ ମଧ୍ୟପ୍ରଦେଶର ନୂଆ ପୋଲିସ ମହାନିର୍ଦ୍ଦେଶକ

mahabharatanews

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ ଅଳସୀ

mahabharatanews

Leave a Comment