ଅପରାଧ

ଦନ୍ତା ଆକ୍ରମଣରେ ମହିଳା ଗୁରୁତର

(ମହାଭାରତ, ଢେଙ୍କାନାଳ): ଦନ୍ତା ଆକ୍ରମଣରେ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜର ବେଲଗୁଣ୍ଠା ଗାଁରେ ଏହି ଘଟଣା ଘଟିଛି । ଗୁରୁତର ହୋଇଥିବା ମହିଳା ଜଣକ ସେହି ଅଞ୍ଚଳର ସୀତା ଭୁୟାଁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରବିବାର ମହିଳା ଜଣକ ତାଙ୍କ ଯାଆଙ୍କ ସହ ମିଶି ଶୌଚ ପାଇଁ ଗାଁ ପାଖ ପଡିଆକୁ ଯାଉଥିଲେ । ଏହି ସମୟରେ ଏକ ଦନ୍ତା ହାବୁଡରେ ଦୁହେଁ ପଡିଯାଇଥିଲେ । ମହିଳାଙ୍କ ଯାଆ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ଉକ୍ତ ମହିଳାଙ୍କୁ ଆକ୍ରମଣ କରିବାକୁ ଯାଇ ଦନ୍ତାଟି ଶୁଣ୍ଢରେ ଠେଲି ଦେବାରୁ ସେ ତଳେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅନ୍ୟପକ୍ଷରେ ଖବର ପାଇ ଉକ୍ତ ଅଞ୍ଚଳରୁ ଦନ୍ତାଟିକୁ ଘଉଡାଇବା ପାଇଁ ବନ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚିଥିଲା ।

Related posts

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି

mahabharatanews

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ

mahabharatanews

ମା’ଙ୍କୁ ମାରୁଥିବା ଶିକ୍ଷକ ପୁଅ

mahabharatanews