ଅପରାଧ

ଦନ୍ତା ଆକ୍ରମଣରେ ମହିଳା ଗୁରୁତର

(ମହାଭାରତ, ଢେଙ୍କାନାଳ): ଦନ୍ତା ଆକ୍ରମଣରେ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜର ବେଲଗୁଣ୍ଠା ଗାଁରେ ଏହି ଘଟଣା ଘଟିଛି । ଗୁରୁତର ହୋଇଥିବା ମହିଳା ଜଣକ ସେହି ଅଞ୍ଚଳର ସୀତା ଭୁୟାଁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରବିବାର ମହିଳା ଜଣକ ତାଙ୍କ ଯାଆଙ୍କ ସହ ମିଶି ଶୌଚ ପାଇଁ ଗାଁ ପାଖ ପଡିଆକୁ ଯାଉଥିଲେ । ଏହି ସମୟରେ ଏକ ଦନ୍ତା ହାବୁଡରେ ଦୁହେଁ ପଡିଯାଇଥିଲେ । ମହିଳାଙ୍କ ଯାଆ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । କିନ୍ତୁ ଉକ୍ତ ମହିଳାଙ୍କୁ ଆକ୍ରମଣ କରିବାକୁ ଯାଇ ଦନ୍ତାଟି ଶୁଣ୍ଢରେ ଠେଲି ଦେବାରୁ ସେ ତଳେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅନ୍ୟପକ୍ଷରେ ଖବର ପାଇ ଉକ୍ତ ଅଞ୍ଚଳରୁ ଦନ୍ତାଟିକୁ ଘଉଡାଇବା ପାଇଁ ବନ ବିଭାଗର ଏକ ଟିମ୍ ସେଠାରେ ପହଞ୍ଚିଥିଲା ।

Related posts

ପୁରୀ ଜିଲ୍ଲା ବ୍ରହ୍ମଗିରୀ ଅଞ୍ଚଳରେ ଜଣେ ନାବାଳକକୁ ରାଜରାସ୍ତାରେ ଦିଆଯାଇଛି ଅକଥନୀୟ ନିର୍ଯାତନା

mahabharatanews

ନାଳ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର

mahabharatanews

ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ପରିବାର

mahabharatanews