(ମହାଭାରତ): ଶରୀରରେ ପୋଷକ ତତ୍ତ୍ୱର ଅଭାବ ହେତୁ ଲୋକଙ୍କ ଠାରେ ଅନେକ ସମସ୍ୟା ଦେଖା ଦେଇଥାଏ । ଶାରୀରିକ ଦୁର୍ବଳତା ସହ ମାନସିକ ବିକାଶ ମଧ୍ୟ ଠିକ୍ ଭାବେ ହୋଇପାରେ ନାହିଁ । କେବେ ଏଧରଣର ରୋଗ ବିରାଟ ଆକାର ଧାରଣ କରେ । କିନ୍ତୁ ଏହା ପଛରେ ଥିବା ଅନେକ କାରଣ ଗୁଡିକ ଭିତରେ ଖାଦ୍ୟ ପେୟରେ ଅନିୟମିତତା, ଷ୍ଟ୍ରେସ, ବ୍ୟସ୍ତବହୁଳ ଲାଇଫ ଷ୍ଟାଇଲ ଆଦି ପ୍ରମୁଖ । ଏମିତିରେ ଏହି ଛୋଟ ଛୋଟ ଲକ୍ଷଣ ଗୁଡିକ ଆଗକୁ ଏକ ମାରାତ୍ମକ ସମସ୍ୟାରେ ପରିବର୍ତ୍ତନ ହୋଇପାରେ । ଏହି ସମସ୍ୟା ଗୁଡିକୁ ମଧ୍ୟରୁ ଗୋଟିଏ ହେଉଛି ଶୋଇବା ସମୟରେ ପାଦର ସିରା ପ୍ରଶିରା ଗୁଡିକ ଫୁଲିଯିବା । ଶୋଇବା ସମୟରେ ଯଦି କାନ୍ଧ, ହାତଗୋଡ ଆଦିର ସିରା ଫୁଲିଯାଏ ତେବେ ପରଦିନ ସକାଳେ ପୂରା ଦିନ ଦେହ ଖରାପ ଲାଗିଥାଏ । ଏମିତିକି ଶରୀରରେ ଜୋରରେ ଦରଜ ହେବା ଆରମ୍ଭ ହୋଇଯାଏ । ଦିନ ତମାମ କୌଣସି କାମରେ ମନ ଲାଗେ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ କାରଣ ଯୋଗୁଁ ଏପରି ସମସ୍ୟା ଦେଖାଦିଏ….
ଶରୀରରେ ଭିଟାମିନ-‘ସି’ ର ଅଭାବ କାରଣରୁ ଅନେକ ସମସ୍ୟା ଦେଖାଦିଏ । ଏହି ଭିଟାମିନ ଅଭାବରୁ ସର୍ଦ୍ଦି, କାଶ ଅନେକ ପ୍ରକାର ସଂକ୍ରମଣ ମଧ୍ୟ ହୋଇଥାଏ ।
ଅନ୍ୟ ପକ୍ଷରେ ଭିଟାମିନ-‘ସି’କୁ ତ୍ୱଚା ଓ ବାଳର ପ୍ରମୁଖ ଉତ୍ସ ଭାବେ ଧରାଯାଏ । ସ୍କିନ ଓ ଚୁଟିରେ ବି ଏକ ପ୍ରକାର ଚମକ ଆସିଥାଏ । ରକ୍ତ କୋଷିକା ଗୁଡିକୁ ମଜବୁତ କରିବାରେ ଏହା ପ୍ରମୁଖ ଭୂମିକା ନେଇଥାଏ ।
ଏହି ସମସ୍ୟାରୁ ରକ୍ଷା ପାଇଁ ଭିଟାମିନ ସି ଯୁକ୍ତ ଖାଦ୍ୟ ଯେମିତିକି କମଳା, ମୌସମି, ଅଙ୍ଗୁର, ଲେମ୍ବୁ ଆଦି ଫଳର ସେବନ ବି କରିପାରିବେ ।
ହାତ ପାଦରେ ଦରଜ ହେବା କାରଣ ଶରୀରରେ ହିମୋଗ୍ଲୋବିନ ଅଭାବ ବି ହୋଇପାରେ । ଏହାର ଅଭାବରୁ ଶରୀରରେ ବ୍ଲଡ ସରକ୍ୟୁଲେସନ ବି ଠିକ୍ ଭାବେ ହୋଇପାରେ ନାହିଁ । ତେଣୁ ହିମୋଗ୍ଲୋବିନ ଭରପୁର ଖାଦ୍ୟ ଏହି ସମୟରେ ଖାଆନ୍ତୁ ।
ଶରୀରରେ ଆଇରନର ଅଭାବ ହେଲେ ବି ଏପରି ଜଟିଳ ସମସ୍ୟା ଦେଖାଦେଇଥାଏ । ଶରୀରର ଏହି ସମସ୍ୟାକୁ ଦୂର କରିବା ପାଇଁ ଭରପୁର ମାତ୍ରାରେ ଆଇରନ ଯୁକ୍ତ ଖାଦ୍ୟ ଖାଆନ୍ତୁ ।