Uncategorized

ଦିଲ୍ଲୀର କପଡା ଗୋଦାମରେ ଅଗ୍ନିକାଣ୍ଡ, ୯ ଜୀବନ୍ତ ଦଗ୍ଧ, ୧୦ ଗୁରୁତର

(ନୂଆଦିଲ୍ଲୀ): ଦିଲ୍ଲୀରେ ପୁଣି ଥରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀର କିରାଡି ଅଞ୍ଚଳରେ ଥିବା ଏକ କପଡା ଗୋଦାମରେ ନିଆଁ ଲାଗିଯିବାରୁ ୯ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ସାଢେ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏପରିକି ଯେଉଁ ସ୍ଥାନରେ ପ୍ରଥମେ ନିଆଁ ଲାଗିଥିଲା ସେଠାରେ ଏକ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା । ଗୋଦାମ ଥିବା କୋଠା ଘରେ କୋଣସି ପ୍ରକାର ଅଗ୍ନି ନିର୍ବାବକ ବ୍ୟବସ୍ଥା ନଥିଲା । ଏଣୁ ନିଆଁ ଲାଗିଥିବା ଜାଣିବା ପରେ ଗୋଦାମ କର୍ମଚାରୀ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ।

ନିଆଁର ପ୍ରକୋପ ପ୍ରଖର ଥିବାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗୋଦାମରେ କାମ କରୁଥିବା ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇସାରିଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଆହତ ମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ସଞ୍ଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲ ଓ ଅନ୍ୟାନ୍ୟ ମେଡିିକାଲରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ ବିଦ୍ୟୁତ ସଟସର୍କିଟ ଯୋଗୁଁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଚଳିତମାସ ଦିଲ୍ଲୀରେ ଘଟିଥିବା ଏହା ତୃତୀୟ ଅଗ୍ନିକାଣ୍ଡ ଘଟଣା । ଗତ ୮ ତାରିଖରେ ଅନାଜ ମଣ୍ଡିରେ ଥିବା ଏକ କାରଖାନାରେ ନିଆଁ ଲାଗିଯିବାରୁ ୪୩ ଜଣଙ୍କ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଏହାର ଅଳ୍ପ କିଛି ଦିନ ପରେ ୧୪ ତାରିଖରେ ମୁଣ୍ଡକସ୍ଥିତ ଏକ କାରଖାନାରେ ନିଆଁ ଲାଗିଥିଲା ।

Related posts

ଜେଏନୟୁ ହିଂସାରେ ସାମିଲ ମୁଖାପିନ୍ଧା ମହିଳା ଚିହ୍ନଟ

mahabharatanews

ଏଠାରେ ଚାଲୁଚାଲୁ ଶୋଇପଡ଼ନ୍ତି ଲୋକେ

mahabharatanews

+୨ କଳାରେ ମୋଟ ପାସ ହାର ୮୫.୯୮%

mahabharatanews

Leave a Comment