ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ଦେଖାଦେଇଥିବା ହିଂସା ବିରୋଧରେ ଏଫଆଇଆର ଦାୟର କରିବା ଦାବିରେ ପୂର୍ବତନ ମୁଖ୍ୟ ସୂଚନା କମିଶନ (ସିଆଇସି) ବଜାହତ ହବୁବୁଲ୍ଲାହ ସୁପ୍ରିମ କୋର୍ଟରେ ଏକ ଯାଚିକା ଦାୟର କରିଛନ୍ତି । ହିଂସା ମାମଲାରେ ଏଫଆଇଆର ଦାବିରେ ପୂର୍ବତନ ସିଆଇସି ଓ ଅନ୍ୟ ଯାଚିକାର ଶୁଣାଣି କରିବାକୁ ମଙ୍ଗଳବାର ସ୍ଥିର ହୋଇଯାଇଛି । ବିଚାରପତି ଏସ କେ କୌଲ ଓ ବିଚାରପତି କେ ଏମ ଜୋସଫଙ୍କ ଖଣ୍ଡପୀଠ ଯାଚିକାର ତକ୍ରାଳ ଶୁଣ।।ଣି କରିବାକୁ ସୂଚିଭୂକ୍ତ କରିବା ସହ ଆସନ୍ତା କାଲିକୁ ଦିନ ଧାର୍ଯ୍ୟ କରିଛନ୍ତି । ଦିଲ୍ଲୀ ହିଂସାକୁ ନେଇ ସିଆଇସି, ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଓ ସାମାଜିକ କର୍ମକର୍ତ୍ତା ବାହାଦୂର ଅବ୍ୱାସ ନକ୍ୱୀ ଏହି ଯାଚିକ ଦାୟର କରିଛନ୍ତି ।
ସୂଚନାଯୋଗ୍ୟ, ଜାଫରାବାଦସ୍ଥିତ ମେଟ୍ରୋ ଷ୍ଟେସନରେ ଶନିବାର ଦିନ ମଙ୍ଗଳବାର ନାଗରିକତା ଆଇନ, ଏନପିଆର, ଏନଆରସି ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଏଥିରେ ପୁଲିସ ହସ୍ତକ୍ଷେପ କରିବାରୁ ପ୍ରଦର୍ଶନକାରୀ ଉତ୍ତେଜିତ ହୋଇଯାଇଥିଲେ ଓ ଅଧିକ ସଂଖ୍ୟକ ପ୍ରଦର୍ଶନକାରୀ ସେଠାରେ ପହଞ୍ଚିଯାଇଥିଲେ । ରବିବାର ୨୩ ଫେବୃଆରୀକୁ ବିଜେପି କର୍ମକର୍ତ୍ତାଙ୍କ ନେତୃତ୍ୱରେ ସିଏଏ ସମର୍ଥନକାରୀ ବିରୋଧ ପ୍ରଦର୍ଶନକାରୀଙ୍କ ସ୍ଥଳରେ ପହଞ୍ଚିଥିଲେ ଓ ବିରୋଧକାରୀଙ୍କ ବିରେ।।ଧରେ ନାରାବାଜି ଆରମ୍ଭ କରିଥିଲେ । ଫଳରେ ଏହାକୁ ନେଇ ପରସ୍ପର ଗେ।।ଷ୍ଠୀ ପକ୍ଷରୁ ପଥର ମାଡ ହୋଇଥିଲା । ସେଠାରେ ବିଜେପି ନେତା କପିଲ ମିଶ୍ରା ପହଞ୍ଚି ଲୋକଙ୍କୁ ଉସକାଇଥିଲେ । କିନ୍ତୁ ଏହି ଘଟଣା ସୋମବାର ଦିନ ଭୟଙ୍କର ରୂପ ନେଇଥିଲା । ଉଭୟ ଗୋଷ୍ଠୀ ପକ୍ଷରୁ ନାରାବାଜୀ, ପଥର ମାଡ ହୋଇଥିଲା । ଏହାରି ମଧ୍ୟରେ ଜଣେ ଯୁବକ ଏକ ବନ୍ଧୁକ ଧରି ମୌଜପୁର ଓ ଯାଫରାବାଦ ମଧ୍ୟରେ ଆଖି ବୁଜା ଗୁଳି ଚଳାଇଥିଲା । ଫଳରେ ହିଂସା ଆହୁରି ତୀବ୍ର ହୋଇଥିଲା । ଆକ୍ରୋଶରେ ପ୍ରଦର୍ଶନକାରୀ ବିଭିନ୍ନ ସ୍ଥାନରେ ଯାନବାହନରେ ନିଆଁ ଲଗାଇଦେଇଥିଲେ । ଏପରି କି ପୁଲିସ ଡିସିପିଙ୍କ ବ୍ୟାନରୁ ତାଙ୍କୁ ଜବରଦସ୍ତ ବାହାର କରି ତାଙ୍କ ଗାଡିରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିଲା । ପଥରମାଡରେ ଗତକାଲି ପ୍ରଥମେ ଜଣେ ହେଡ କନେଷ୍ଟବଳ ରତନ ଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଡିସିପି ଗୁରୁତର ଆହତ ହୋଇଥିଲେ । ହିଂସା ଏପରି ଉଗ୍ର ହୋଇଥିଲା କି ସେ।।ମବାର ମଧ୍ୟରାତ୍ରୀ ସୁଦ୍ଧା ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚି ଯାଇଥିଲା ।