ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତ।।ରେ ଦଳୀୟ ସାଂସଦ ସଂସଦ ପରିସରରେ ଥିବା ମହ।।ତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦର୍ଶନ କରିବା ସହ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି । ଏହା ପୂର୍ବରୁ ଦଳର ଆନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ରଣନୀତି ବୈଠକ ବସିଥିଲା । ବୈଠକରେ ସଂସଦର ଭିତରେ ବାହ।।ରେ ସରକାରକୁ ଘେରିବାକୁ ଚର୍ଚ୍ଚା ହୋଇଥିଲା । ଏହାପରେ ରାହୁଲଙ୍କ ନେତୃତ୍ୱରେ ସମସ୍ତ କଂଗ୍ରେସ ସାଂସଦ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଓ ହିଂସାର ଭାଷା ବନ୍ଦ କର ପରି ନାରାବାଜି କରାଯାଇଛି । ବିରୋଧ ପ୍ରଦର୍ଶନକୁ ନେଇ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ବରିଷ୍ଠ ନେତା ପି ଚିଦାମ୍ବରମ ଓ ଅନ୍ୟ ସାଂସଦ ଉପସ୍ଥିତ ଥିଲେ । ଦିଲ୍ଲୀ ହିଂସାକୁ ନେଇ ଲୋକସଭାରେ କାର୍ଯ୍ୟ ସ୍ଥଗିତା ପାଇଁ ପ୍ରସ୍ତାବ ଆଗତ କରିଛନ୍ତି । କଂଗ୍ରେସ ବ୍ୟତୀତ ତୃଣମୂଳ କଂଗ୍ରେସ ମଧ୍ୟ ବିଜେପି ବିରୋଧରେ ପ୍ରଦର୍ଶନ କରିଛି । ସେହିପରି ଆମଆଦମୀ ପାର୍ଟିର ସାଂସଦମାନେ ମଧ୍ୟ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ପ୍ରଦର୍ଶନ କରିଛନ୍ତି ଓ ବିଜେପି ମୁର୍ଦ୍ଦାବାତର ନାରା ଲଗାଇଛନ୍ତି ।
previous post
next post
