ଓଡିଶା

ଧରା ପଡିଲେ ୫ ନକଲି ଶିକ୍ଷକ

(ମହାଭାରତ, ଗଞ୍ଜାମ): ବିଭିନ୍ନ ସ୍କୁଲରେ ଶିକ୍ଷକତା କରିବା ପାଇଁ ଜାଲ ସାର୍ଟିଫିକେଟ ଦେଉଛନ୍ତି ନକଲି ଶିକ୍ଷକ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏବେ ନକଲି ଶିକ୍ଷକଙ୍କ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହି ଜାଲ ଶିକ୍ଷକମାନେ ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କା ଦରମା ନେଉଛନ୍ତି । ଅନ୍ୟପଟେ ବର୍ଷ ବର୍ଷ ଧରି ଯୋଗ୍ୟ ଶିକ୍ଷକମାନଙ୍କୁ ଚାକିରି ମିଳୁ ନଥିବା ଦେଖାଯାଉଛି । ତେବେ ଗଞ୍ଜାମ ଜିଲ୍ଲାରେ ପୁଣି ୫ ନକଲି ଶିକ୍ଷକ ଧରା ପଡିଛନ୍ତି । ସୂଚନା ଅନୁଯାୟୀ, ଧରା ପଡିଥିବା ୫ ଜଣ ଶିକ୍ଷକ ନକଲି ସିଟି ପ୍ରମାଣ ପତ୍ର ଦେଇ ଚାକିରି କରୁଥିଲେ । ସାର୍ଟିଫିକେଟ ଯାଞ୍ଚ ହେବାରୁ ଏମାନେ ଧରାପଡି ଯାଇଥିଲେ । ଏମାନେ ହେଲେ ବେଗୁନିଆପଡା ବ୍ଲକର ସୁଜାତା ପଣ୍ଡା ଓ ପରମାନନ୍ଦ ସାହୁ, ଶେରଗଡ ବ୍ଲକ ଅଞ୍ଚଳର ସଞ୍ଜୟ କୁମାର ଖଟୁଆ ଓ ଭଗବାନ ମହାନ୍ତି ଏବଂ କବିସୂର୍ଯ୍ୟନଗର ବ୍ଲକର ଭିକାରୀ ଚରଣ ସାହୁ । ଏମାନଙ୍କ ବିରୋଧରେ ଥାନାରେ ଏତାଲା ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଜିଲ୍ଲାର ୧୬ ଜଣ ନକଲି ଶିକ୍ଷକଙ୍କ ନାଁରେ ମଧ୍ୟ ଥାନାରେ ଏତଲା ଦିଆଯାଇଛି ।

Related posts

୫୦୮ ଷ୍ଟେସନର ଉନ୍ନତୀକରଣର ; ଓଡ଼ିଶାରୁ ୨୫

mahabharatanews

ଗ୍ରୀଷ୍ମ ଛୁଟି ହୋଇଥିଲେ ମଧ୍ୟ ନିୟମିତ ସ୍କୁଲ ଆସିବେ ଶିକ୍ଷକ ଶିକ୍ଷତ୍ରୀ

mahabharatanews

ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବିଷ୍ଣୁ ଦାସଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ପାଳନ ସହ ପ୍ରତିମୂର୍ତ୍ତି ଉନ୍ମୋଚନ

mahabharatanews

Leave a Comment