ଓଡିଶା

ଧାମ ମଣ୍ଡି ଉଦଘାଟିତ

(ମହାଭାରତ, ଗୋପ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କେନ୍ଦ୍ରେଶ୍ୱରୀ ସେବା ସମବାୟ ସମିତି ଓ ଚନ୍ଦ୍ରକୋଟ ସେବା ସମବାୟ ସମିତିରେ ଏକ ଧାନ ମଣ୍ଡିର ଉଦଘାଟିତ ହୋଇଯାଇଛି । ଏଥିରେ ସମିତିର ସମ୍ପାଦକ ଦୀପକ କୁମାର ପରିଡା, ସୁପରଭାଇଜର ଶ୍ୟାମ ସୁନ୍ଦର ମୁଦୁଲି, ସମବାୟ ସହ ନିବନ୍ଧକ ପ୍ରକାଶ ସେଠୀ ଆଦି ଉପସ୍ଥିତ ଥିଲେ । ସମବାୟ ସମିତିରେ ୧୫୯୯ ଜଣ ଚାଷୀଙ୍କୁ ଟୋକନ ଦିଆଯାଇଥିବା ବେଳେ ୧୬ ଶହ କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଛି । ଧାନମଣ୍ଡି ଉଦଘାଟନର ପ୍ରଥମ ଦିନରେ ୨୧ ଜଣ ଟୋକନ ପାଇଥିବା ଚାଷୀଙ୍କ ଠାରୁ ୧୪୯ କ୍ୱିଣ୍ଟାଲ ଧାନ କିଣା ଯାଇଥିବା ଶାଖା ପରିଚାଳକ ଲକ୍ଷ୍ମୀ ନାରାୟଣ ମିଶ୍ର କହିଛନ୍ତି । ସେହିପରି ଚନ୍ଦ୍ରକୋଟ ସମବାୟ ସମିତିରେ ମଧ୍ୟ ଏକ ଧାନ ମଣ୍ଡି ଉଦଘାଟିତ ହୋଇଛି । ତେବେ ଉଦଘାଟନର ପ୍ରଥମ ଦିନରେ ୨୧ ଜଣ ଚାଷୀଙ୍କ ଠାରୁ ପ୍ରାୟ ୧୫୦ କୁଇଣ୍ଟାଲ ଧାନ କିଣାଯାଇଥିବା ସମିତି ସୁପରଭାଇଜର ପ୍ରଫୁଲ୍ଲ ସ୍ୱାଇଁ ସୂଚନା ଦେଇଛନ୍ତି ।

Related posts

ଟିକଟକ ନୁହେଁ କ୍ୱାରେଣ୍ଟିଂନସେଣ୍ଟରରେ ଯୋଗ କରିବେପ୍ରବାସୀ, ବସି ନୁହେଁ ଖଟିକି ନେବେ ଟଙ୍କା

mahabharatanews

ବଲାଙ୍ଗୀର କରୋନା ମୁକାବିଲା ପାଇଁ ବାଗଚୀଙ୍କ ସହଯୋଗ

mahabharatanews

ପୁଣି ବଦଳିଲା ନିଷ୍ପତ୍ତି, ୧୪ରୁ ନୁହେଁ ଫେବ୍ରୁଆରୀ ୨୮ରୁ ପିଲା ଆସିବେ ସ୍କୁଲ

mahabharatanews

Leave a Comment