ଓଡିଶା

ଧାରଣା ଦେଲେ ଅଙ୍ଗନୱାଡି କର୍ମୀ

କେନ୍ଦୁଝର : ହାଟଡିହି ବ୍ଲକରେ କାର୍ଯ୍ୟରତ ଅଙ୍ଗନୱାଡି ୱାର୍କର ମାନେ ଆଜି ୮ଦଫା ଦାବି ନେଇ ହାଟଡିହି ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଅନିଦିଷ୍ଟକାଳ ପାଇଁ ଧାରଣା ରେ ବସିଛନ୍ତି । ଅଙ୍ଗନୱାଡି କର୍ମୀ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଓ ପ୍ରଦତ୍ତ ବେତନ ବୃଦ୍ଧି ସହିତ ମିନି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀର ମାନ୍ୟତା ପ୍ରଦାନ କରାଯାଉ । ଅବସର କାଳୀନ ସହାୟତା ୫ଲକ୍ଷ ସମେତ ମାସକୁ ୫ ହଜାର ପେନ୍ସନ୍ ପ୍ରଦାନ ନୂତନ ଶିକ୍ଷାନିତୀରେ ଅଭିଜ୍ଞତା ଓ ଯୋଗ୍ୟତା ଆଧାରରେ ବୟସସୀମା ନ ରଖୀ ସମସ୍ତ ଅଙ୍ଗନୱାଡି କର୍ମଚାରୀଙ୍କୁ ପ୍ରୀ ପ୍ରାଇମେରୀ ଶିକ୍ଷୟତ୍ରୀ ଭାବରେ ମାନ୍ୟତା ଦିଆଯିବା ପ୍ରମୁଖ ଦାବୀ ନେଇ ଧାରଣାରେ ବସିଥିଲେ । ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି କାମପାଳ ନାୟକଙ୍କ ନେତୃତ୍ବରେ ବ୍ଲକ ସଭାପତି କନକଲତା ସାମଲ, ସଂମ୍ପାଦିକା କନକ ଲତା ଜେନା, ଉପସଭାପତି ଝରଣା ସ୍ବାଇଁ , କୋଷାଧକ୍ୟ ହତ୍ୟଭାମା ଖଟୁଆଙ୍କ ସମେତ ୨୫୦ ରୁ ଉର୍ଦ୍ଧ୍ବ କର୍ମୀ ଓ ସହାୟିକା ଅନିର୍ଦ୍ଦିଷ୍ଟ ପାଇଁ ଧାରଣାରେ ବସିଥିଲେ ।

Related posts

ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ ପାଇଁ ଖୁସି ଖବର

mahabharatanews

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ

mahabharatanews

Big Update : ୩ୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡି କର୍ମୀ ପାଇବେ “ସୁଭଦ୍ରା”

mahabharatanews