ଓଡିଶା

ନଦୀରେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଖଣ୍ଡି ଗାଁରେ ଏକ ଅଘଟଣ ଘଟିବା ପୂର୍ବରୁ ଟଳିଯାଇଛି । ନଦୀ ପାର ହୋଇ ଯିବା ବେଳେ ଏକ ଯାତ୍ରୀବାହୀ ଡଙ୍ଗା ବୁଡି ଯାଇଛି । ଡଙ୍ଗାରେ ବସିଥିବା ଯାତ୍ରୀମାନଙ୍କ ଜୀବନ କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗେଯାଡି ପଞ୍ଚାୟତର ପାହଡଚୁଳ ଗାଁରେ ଆୟୋଜିତ ଏକଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ରାୟଖଣ୍ଡି ଗାଁର ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ପାଇବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଏହି ଗାଁର ୨୦ ଜଣ ବ୍ରାହ୍ମଣ ଏଥିରେ ଯୋଗ ଦେବାକୁ ବାହାରିଥିଲେ । ରାସ୍ତାରେ ଭାର୍ଗବୀ ନଦୀ ପଡୁଥିବାରୁ ଏହାକୁ ପାରି ହେବା ପାଇଁ ଏକ ଡଙ୍ଗାର ବ୍ୟବସ୍ଥା ହୋଇଥିଲା । ତେବେ ଡଙ୍ଗାରେ ବ୍ରାହ୍ମଣ ଯାତ୍ରୀମାନେ ଚଢିଯାଇଥିଲେ । କିନ୍ତୁ ଡଙ୍ଗାଟି କୂଳ ଛାଡିବାର କିିଛି ସମୟ ପରେ ଅଳ୍ପ ଦୂର ଯାଇ ଓଲଟି ପଡିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଳେ । ତେବେ ଗଭୀର ନଦୀ ଭିତରକୁ ଡଙ୍ଗାଟି ଯାଇ ନଥିବାରୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଯାତ୍ରୀମାନଙ୍କ ଓଜନ ସମ୍ଭାଳି ନପାରି ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି ।

Related posts

ଅଗ୍ନିକାଣ୍ଡରେ ୨ ନାବାଳକ ମୃତ

mahabharatanews

ଭାରତ ବନ୍ଦ: ନବରଙ୍ଗପୁରରେ ରାଜନୈତିକ ଦଳଙ୍କ ସମର୍ଥନ

mahabharatanews

ସେଲଫି ନେବାକୁ ଯାଇ ପ୍ରାଣ ହରାଇଲେ ଯୁବକ

mahabharatanews

Leave a Comment