ଅପରାଧ

ନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

(ମହାଭାରତ, ସମ୍ବଲପୁର): ଦୀର୍ଘ ୧୬ ଦିନ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ସମ୍ବଲପୁର ଜିଲ୍ଲା ଧାନୁମାଳି ଥାନା ଅନ୍ତର୍ଗତ ଚାରଭାଟି ଚୌକ ନିକଟରେ ଥିବା ଏକ ନାଳ ଭିତରେ ଶନିବାର ଯୁବକ ଜଣକ ପଡିଥିବା ଦେଖିବାକୁ ମିଳିଥିଲା । ମୃତକ ଜଣକ ସନ୍ତୋଷ ଗର୍ଡିଆ ଏବଂ ପେଷାରେ ସେ ଜଣେ ଅଟୋ ଚାଳକ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଯୁବକ ଜଣକ ଦୀର୍ଘ ୧୬ ଦିନ ଧରି ନିଖୋଜ ରହିଥିଲେ । ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ଥାନାରେ ଏତଲା ଦେଇଥିଲେ । ତେବେ ଶନିବାର ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ନାଳରେ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିେଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲକୁ ପଠାଇଥିଲା । ତେବେ ପୋଲ ଉପରୁ ଖସି ପଡି ଯୁବକ ଜଣଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି । ପରିବାର ଲୋକେ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ।

Related posts

୨ ନାବାଳିକାକୁ ଦୁଷ୍କର୍ମ କଲେ ୪ ଯୁବକ , ଥାନାରେ ଅଭିଯୋଗ ଅଣିଲେ ପରିବାର

mahabharatanews

ପତ୍ନୀ ଗିରଫ ପରେ ମାହାଙ୍ଗା ଥାନା ଅଧିକାରୀଙ୍କ ସରକାରୀ ବାସଭବନ ସିଲ୍

mahabharatanews

ଅଶାରାମ ବାପୁଙ୍କ ଆବେଦନକୁ ଖାରଜ

mahabharatanews

Leave a Comment