ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଉପ ପ୍ରମୁଖ ଏୟାଲ ମାର୍ସାଲ ହରଜିତ ସିଂହ ଅରୋରା ପାକିସ୍ତାନ ଦ୍ୱାରା ପରମାଣୁ ଆକ୍ରମଣ ଧମକ ଉପରେ ଜବାବ ରଖି କହିଛନ୍ତି, ପାକିସ୍ତାନ ପରମାଣୁ ଆକ୍ରମଣ ଓ ତାର କ୍ଷମତା ବିଷୟରେ କହିପାରେ । ତେବେ ଆମ ପାଖରେ ମଧ୍ୟ ସମାନ କ୍ଷମତା ରହିଛି । ବାଲାକୋଟ ଏୟାର ଷ୍ଟ୍ରାଇକର ଉଲ୍ଲେଖ କରି ଉପପ୍ରମୁଖ ଏୟାର ମାର୍ସାଲ କହିଛନ୍ତି, ସେମାନଙ୍କ ଆତଙ୍କୀ କାରାଖାନା ଏବେ ସୀମାରେ କୌଣସି ସ୍ଥାନରେ ସୁରକ୍ଷିତ ନୁହଁନ୍ତି । ଆମ ନିକଟରେ ସେହିସବୁ ଠିକଣାକୁ ଉଡାଇବାକୁ ଇଛାଶକ୍ତି, କ୍ଷମତା ଓ ରାଜନୈତିକ ସମର୍ଥନ ଅଛି ।
ଏହା ପୂର୍ବରୁ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି କହିଥିଲେ, ବାଲାକୋଟ ଏୟାର ଷ୍ଟ୍ରାଇକରୁ ଭାରତ ତରରଫରୁ ସ୍ପଷ୍ଟ ସନ୍ଦେଶ ଦିଆଯାଇଛି କି, ସୀମା ସେପଟେ ଭିତ୍ତିଭୂମିର ବ୍ୟବହାର କରି ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ଆଶ୍ରୟ କରାଯିବ ନାହିଁ । ସେଣ୍ଟର ଫର ଏୟାର ପାୱାର ୍େଟ୍ରାଟେଜିରେ ଭାଗନେଇ ରାଜନାଥ ସିଂହ କହିଥିଲେ, ଆମକୁ ଯେଉଁ କାମ ମିଳିଛି, ଯଦି ସେଥିପାଇଁ ଆମକୁ ପ୍ରସ୍ତୁ ରହିବାକୁ ହେବ ତେବେ ଆବଶ୍ୟକ କି ଆମେ ଜମି, ଆକାଶ ଓ ସମୁଦ୍ରରେ ସବୁ ସମୟରେ ବିଶ୍ୱାସ ଯୋଗ୍ୟ ପ୍ରତିରୋଧକ କ୍ଷମତା ଜାହିର କରେ । ବାଲାକୋଟ ଏୟାର ଷ୍ଟ୍ରାଇକ ଭାରତ ପକ୍ଷରୁ ସ୍ପଷ୍ଟ ସୂଚନା ଦେଇଥିଲା କି ସୀମା ପାରିରେ ଭିତ୍ତିଭୂମିର ବ୍ୟବହାର କରି ଆତଙ୍କବାଦୀଙ୍କୁ ସରୁକ୍ଷିତ ୍ରଶ୍ରୟସ୍ଥଳୀ ଦିଆଯାଇ ପାରିବ ନାହିଁ ।