ଓଡିଶା

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଙ୍କୁଡିଚିଡା ଗାଁରେ ଏକ ଅଘଟଣ ଘଟିଛି । ଏଠାରେ ପାରିବାରିକ କଳହକୁ ନେଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ଏହି ଗାଁର ୨୪ ବର୍ଷିୟ ବିଜୁ ଦଳେଇ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଯୁବକ ଜଣକ ଦୁଇ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ବର୍ଷକର ଏକ ସନ୍ତାନ ଅଛି । କିଛି ଦିନ ହେବ ସେ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା । ଗତ ରବିବାର ଉଭୟଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା । ଏହାପରେ ସେହିଦିନ ବିଳମ୍ବିତ ରାତିରେ ଯୁବକ ଜଣକ ତାଙ୍କ ଜମି ନିକଟରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରୀଥିଲେ । ପରଦିନ ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଛାନଭିନ ଆରମ୍ଭ କରିଛି ।

Related posts

ଓଡିଶା ପାଇଁ ଅଚ୍ଛେଦିନ ଆସିଛି: ଶାହ

mahabharatanews

କାଠଯୋଡ଼ି ନଦୀକୁ ଡେଇଁ ପୁରୁଷ ମହିଳା ନିଖୋଜ ଘଟଣା : ଉଭୟଙ୍କୁ ଜୀବିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

mahabharatanews

ଭାଇରାଲ ହେଉଛି ଛାତ୍ରୀଙ୍କ ଭିଡିଓ

mahabharatanews