ଧର: ଗତକାଲି ମଧ୍ୟପ୍ରଦେଶର ବୋରଲ।।ଇ ଗ।।ଁରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରି ଦେବା ଘଟଣାରେପୋଲିସ ଗୁରୁବାର ଦିନ ୩ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ଅଛନ୍ତି । ବୋର୍ଲ।ଇ ଗ୍ରାମବାସୀ ପିଲା ଚୋରି ସନ୍ଦେହରେ ଏମାନଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏହି ଘଟଣାରେ ୬ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ ନିର୍ଦେଶ ଦିଆଯାଇଛି ।
ଗତକାଲି ଉଚ୍ଚଇନ ଜିଲ୍ଲା ଲିମ୍ବା ପିପାଲିୟା ଗ୍ରାମର ୭ ଜଣ ଚାଷୀଙ୍କୁ ଦେଖି ବୋର୍ଲାଇ ଗ୍ରାମବାସୀ ପିଲା ଚୋର ସନ୍ଦେହରେ ସେମାନଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କୁ ଧରି ଠେଙ୍ଗାରେ ମାରିବା ସହ ପଥ ମାଡ କରିଥିଲେ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ସେ ଏସପିଙ୍କ ସହ ଆଲୋଚନା କରିଛନ୍ତି । ଏହି ଘଟଣାରେ ଯିଏ ଦୋଷୀ ମିଳିବ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପରପକ୍ଷରେ ଏସପି ଆଦିତ୍ୟ ପ୍ରତାପ ସିଂହ କହିଛନ୍ତି, ଏହା ଏକ ଅର୍ଥ ନେଣଦେଣ ବିବାଦ । ଏହି ମାମଲାରେ ଏକ କେଶ ରୁଜୁ କରାଯାଇଛି ଓ ତଦନ୍ତ ଚାଲିଛି ।