Uncategorized

ପୁଣି ଥରେ ମା ହେଲେ ବଲିଉଡ଼ ଅଭିନେତ୍ରୀ ଲିଜା ହେଡ଼େନ

ମହାଭାରତ : ବଲିଉଡ଼ ଅଭିନେତ୍ରୀ ଲିଜା ହେଡ଼େନଙ୍କ ଘରକୁ ଖୁସି ଖବର ଆସିଛି । ସେ ଦ୍ୱିତୀୟ ଥର ମା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ତାର ନାଁ ରଖିଛନ୍ତି ଲିଓ । ପ୍ରଶଂସକଙ୍କୁ ଏହି ଖୁସି ଜଣାଇବା ପାଇଁ ଲିଜା ସୋସିଆଲ ମିଡ଼ିଆରେ କିଛି ଫଟୋ ସେୟାର କରିଛନ୍ତିି । ଫଟୋଟିରେ ତାଙ୍କ ଦୁଇ ପୁଅ ରହିଥିବା ଦେଖିବାକୁ ମିଳିଛି । ଦୁହେଁ ଦୁହିଁଙ୍କୁ ବେଶ ଖୁସି ମନରେ ଚାହିଁଛନ୍ତି । ଏଥିରେ ଲିଜା କ୍ୟାପଶନ ଲେଖିଛନ୍ତି, ଏହି ଛୋଟ ମାନଙ୍କ ଆର୍ଶୀବାଦ ମୋ ହୃଦୟକୁ ଛୁଇଁଗଲା । ଯାହାକି ପ୍ରଥମରୁ କେବେ ହୋଇନଥିଲା । ମୁଁ ପୂରା ନିଶଦ୍ଦ ହୋଇଗଲି । ତୁମ ଦୁଇଜଣଙ୍କୁ ଦେଖିବାଠାରୁ ମୋ ପାଇଁ ଦୁନିଆରେ ଆଉ କିଛି ଭଲ ନାହିଁ ।ମୋର ବିଶ୍ୱାସ ଆସୁନି ମୁଁ ଦୁଇ ଜଣଙ୍କର ମା’ ବୋଲି । ‘ଲିଓ’ ଏବଂ ‘ଜ୍ୟାକ’ । ୧୩ ତାରିଖ ଠାରୁ ମୋ’ ଜୀବନ ସବୁଦିନ ପାଇଁ ବଦଳି ଯାଇଛି । ସେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଫିଲ୍ମ ‘ଆୟଶା’ଜରିଆରେ ଲିଜା ବଲିଉଡ଼ରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ‘ହାଉସ ଫୁଲ -୩’, ‘ଦ ସୌକୀନଓ କ୍ୱିନ’, ‘ୟେ ଦିଲ୍ ହେ ମୁସ୍କିଲ’ଆଦି ଫିଲ୍ମରେ ଅଭିନୟ କରିଥିଲେ । ଏହା ସହିତ କେତେକ ଜଣାଶୁଣା ମ୍ୟାଗାଜିନରେ ତାଙ୍କର କଭର ଫଟୋ ମଧ୍ୟ ପ୍ରକାଶ ପାଇଥିଲା ।

Related posts

ଅଚାନକ୍‌ କ୍ୟାମେରାରେ କଏଦ୍‌ ହେଲେ ଏକାନ୍ତରେ ରହୁଥିବା ଜନଜାତି, ଚିନ୍ତାରେ ହ୍ୟୁମାନ ରାଇଟ୍ସ ସଂଗଠନ

mahabharatanews

ଏଣିକି ଆମେରିକା ବିଦେଶୀଙ୍କ ପାଇଁ ମନା

mahabharatanews

ଶସ୍ତା ହେଲା ସୁନା-ରୂପା

mahabharatanews

Leave a Comment