Uncategorized

ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ବର୍ଷେ

(ଶ୍ରୀନଗର): ପୁଲୱାମା ଆତଙ୍କୀ ହମଲାକୁ ବର୍ଷେ ପୁରିଛି । ଏଥିପାଇଁ ସାରା ଦେଶ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି । ଏହି ଅବସରରେ ସିଆରପିଏଫ ଯବାନମାନେ ଶ୍ରୀନଗରର ଲେଥପୋରା କ୍ୟାମ୍ପରେ ଗତବର୍ଷ ଏହି ଦିନ ଶହୀଦ ହୋଇଥିବା ନିଜ ସାଥୀ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସିଆରପିଏଫର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଆକ୍ରମଣରେ ବର୍ତ୍ତି ଯାଇଥିବା ଯବାନମାନେ ଶହୀଦମାନଙ୍କ ସ୍ମୃତି ଚାରଣ କରିଥିଲେ । ଶହୀଦଙ୍କ ସ୍ମୃତିରେ ଏକ ସ୍ମାରକୀ ପୀଠ ଉଦଘାଟନ ମଧ୍ୟ ହୋଇଥିଲା । ସ୍ମାରକୀରେ ଶହୀଦ ହୋଇଥିବା ୪୦ ଯବାନଙ୍କ ନାମ ସହ ଫଟୋ ମଧ୍ୟ ରହିଥିବା ଦେଖାଦେଇଛି । ଏହି ସ୍ମାରକୀରେ ସିଆରପିଏଫର ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ଲେଖା ରହିଛି ।

ଶୁକ୍ରବାର ଜମ୍ମୁ-କାଶ୍ମୀରର ଲେଥପୁରାରେ ହୋଇଥିବା ଏହି ଶ୍ରଦ୍ଧାଞ୍ଜଳି ସଭାରେ ଗୋପୀନାଥ ଯାଦବ ନାମକ ଜଣେ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ସେ ସାରା ଦେଶ ବୁଲି ଶହୀଦ ହୋଇଥିବା ସମସ୍ତ ଯବାନଙ୍କ ଘରକୁ ଯାଇ କଳସରେ ମାଟି ଆଣି ଏଠାରେ ଏକାଠି କରିଛନ୍ତି । ବେଙ୍ଗାଲୁୁରୁର ବାସିନ୍ଦା ଗୋପୀନାଥ ପେଶାରେ ଜଣେ ଗାୟକ ଅଟନ୍ତି । ଗତବର୍ଷ ଫେବୃଆରୀ ୧୪ରେ ସେ ଆଜମେରରୁ ବେଙ୍ଗାଲୁରୁ ଫେରୁଥିଲେ । ଏହି ସମୟରେ ଜୟପୁର ବିମାନ ବନ୍ଦରରେ ଠାରେ ସିଆରପିଏଫ ଯବାନମାନଙ୍କ ଉପରକୁ ଆକ୍ରମଣ ହୋଇଥିବା ଦେଖିଥିଲେ । ଘଟଣାର ଭୟାବହତା ଦେଖି ଶହୀଦଙ୍କ ପରିବାର ପାଇଁ କିଛି କରିବାକୁ ପଣ କରିଥିଲେ । ସେଥିପାଇଁ ଆକ୍ରମଣରେ ଶହୀଦ ହୋଇଥିବା ୪୦ ଯବାନଙ୍କ ଘର ବୁଲି ସେମାନଙ୍କ ଘରୁ ମାଟି ଆଣିଥିଲେ । ଏଥିାପଇଁ ତାଙ୍କୁ ଦେଶରେ ୬୧ ହଜାର କିଲୋମିଟର ଭ୍ରମଣ କରିବାକୁ ପଡିଥିଲା । ତେବେ ଗୋପୀନାଥ ସମସ୍ତ ଶହୀଦଙ୍କ ଘରୁ ଆଣିଥିବା ମାଟି ଏକ କଳସରେ ରଖି ସ୍ମାରକସ୍ଥଳକୁ ପ୍ରଦାନ କରିଥିଲେ । ଏହାପରେ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସୂଚନାଯୋଗ୍ୟ, ଗତବର୍ଷ ୧୪ ଫେବୃଆରିରେ ସିଆରପିଏଫ ଯବାନଙ୍କ ଗାଡି ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଦେଇ ଯାଉଥିବା ବେଳେ ଜୈ÷ଶ-ଏ-ମହମ୍ମଦର ଆତ୍ମଘାତୀ ଆତଙ୍କୀ ସେମାନଙ୍କୁ ଟାର୍ଗେଟ କରି ବିସ୍ପୋରଣ ଘଟାଇଥିଲେ । ଏଥିରେ ୪୦ ଯବାନ ଶହୀଦ ହୋଇଥିଲେ । ଅନେକ ଯବାନ ଗୁରୁତର ଆହତ ହୋଇଥିଲେ ।

Related posts

୨୬/୧୧ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ରକାରୀ ଆମେରିକାରେ ଗିରଫ

mahabharatanews

ଦିଲ୍ଲୀ ହିଂସା: କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉନସିଲର ଗିରଫ

mahabharatanews

ମିଲିଟାରି କ୍ୟାଣ୍ଟିନରେ ବ୍ୟାନ ହେବ  ଆମଦାନୀ ସାମଗ୍ରୀ

mahabharatanews

Leave a Comment