କଣିହାଁ: କଣିହାଁ ବ୍ଲକ ଏନଟିପିସି ଥାନା ଅଧୀନସ୍ଥ ଏନଟିପିସି ବାଇପାସ ନିକଟସ୍ଥ ସାରଥି ପେଟ୍ରୋଲ ପମ୍ପ ସମ୍ମୁଖ ୫୩ନଂ ଜାତୀୟ ରାଜପଥ ଠାରେ ବୁଧବାର ରାତି ପ୍ରାୟ ୧୨.୧୦ ମିନିଟ୍ ସମୟରେ ପୋଲିସ୍ ଜନତା ମୁହାଁ ମୁହିଁ ହୋଇଥିବା ଜଣାପଡିଛି । ଜନତାଙ୍କ ମଧ୍ୟରେ ୬୦ରୁ ଉଦ୍ଧ୍ୱର୍ ମହିଳା ଓ ୧୦ଜଣ ପୁରୁଷ ସାମିଲ ଥିଲେ । ସେମାନେ ସମସ୍ତେ ବିଜିଗୋଳ ପଂଚାୟତସ୍ଥ ବାରଡାଙ୍ଗୁଆ ଗ୍ରାମର । ଘଟଣାସ୍ଥଳରେ ଘଣ୍ଟାଏ କାଳ ଧରି ଉତ୍ତେଜନା ପରିସ୍ଥିତ ଲାଗିରହିଥିଲା । ସେଠାରୁ ୨ଜଣ ବରିଷ୍ଠ ନାଗରିକ ଓ ଜଣେ ଯୁବକ(ମୋଟ୍୩ଜଣ)କୁ କଣିହାଁ ଓ ଏନଟିପିସି ଥାନା ପୋଲିସ ମିଳିମିଶି ଘଟଣାସ୍ଥଳରୁ ଉଠାଇ ନେଇ ଏନଟିପିସି ଥାନାରେ ୨୦ମିନିଟ୍ ଅଟକ ରଖିଥିଲା । ପରେ ଏନଟିପିସି ଟାଉନ ପୋଲିସ ୩ଜଣଙ୍କ ନାମରେ ମାମଲା ରୁଜୁ କର ିସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ରାତା ରାତି ଛାଡିଦେଇଥିବା ଜଣାଯାଇଛି । ଜନତା ଓ ପୋଲିସ୍ ର ମୁହାଁ ମୁହିଁ ପରିସ୍ଥିତି ହେବା ଫଳରେ ଉତ୍ତେଜନା ପରେ ଅନ୍ୟପୁରୁଷ ମାନେ ଘଟଣାସ୍ଥଳରୁ ଛତ୍ରଭଂଗ ଦେଇଥିଲେ । ପୁରୁଷ ଶୂନ୍ୟ ହେବା ପରେ ପୁରୁଷ ପୋଲିସ ମହିଳାଙ୍କ ଚୁଟି ଟାଣିବା ସହିତ ମାଡପିଟ୍ କରିଥିବା ଅଭିଯୋଗ ହୋଇଛି । ପରେ ଘଟଣାସ୍ଥଳରୁ ଆନ୍ଦୋଳନକାରୀ ମହିଳାମାନେ ଏକଜୁଟ୍ ହୋଇ ପୋଲିସର ବେଆଇନ ଅଟକକୁ ବିରୋଧ କରି ଏନଟିପିସି ଟାଉନ ଥାନାରେ ପହଁଚି ଥିଲେ । ୩ ମାସ ପୂର୍ବରୁ ଅନୁରୁପ ଭାବରେ ବିଳମ୍ବିତ ରାତିରେ ଜେଆଇଟିପିଏଲ କମ୍ପାନୀ କୋଇଲା ଟ୍ରକ ଅବରୋଧ କରିଥିଲେ ସଂପୃକ୍ତ ଆନ୍ଦୋଳନ କାରୀ । ସେହିସମୟରେ ଏନଟିପିସି ପୁଲିସ କମ୍ପାନୀର ଅଧିକାରୀଙ୍କୁ ଡାକି ବୁଝାସୁଝା କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଜେଆଇଟିପିଏଲ କମ୍ପାନୀ ପକ୍ଷରୁ ବ୍ଲକସ୍ଥ ସମସ୍ତଗ୍ରାମକୁ ପାରିପାର୍ଶିକ ଅନୁଦାନ ଆକାରରେ ମାସିକ ଅର୍ଥରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଆସୁଥିବା ବେଳେ ଗ୍ରାମବାସୀ ଏଥିରୁ ଉପେକ୍ଷିତ ହେଉଛନ୍ତି । ଏହି ଘଟଣା ସମ୍ପର୍କେ ଉପଖଣ୍ଡ ପ୍ରଶାସନଙ୍କୁ ଅବଗତ କରିଥିଲେ । ସ୍ଥାନୀୟ ପୋଲିସ ସବୁ ଜାଣି ଥିଲେ ସୁଧାବି କମ୍ପାନୀର ହାତ ବାରିଶି ସାଜି ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ହାସଲ ପାଇଁ ଗଣତାନ୍ତ୍ରୀକ ଅଧିକାରକୁ କଣ୍ଠରୋଧ କରୁଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । କାରୀ ସୂତ୍ରରୁ ଜଣାପଡିଛି । ୨ଜଣ ମହିଳାଙ୍କୁ ପୁରୁଷ ପୋଲିସ ଆକ୍ରମଣ କରିବା ପରେ ସେମାନେ ଆହାତ ହୋଇଥିବା ଜଣାଯାଇଛି । କାହିଁକି ଗ୍ରାମବାସୀଙ୍କ ସମସ୍ୟା ସମାଧାନ ନକରି ମହିଳାଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । କିଛି ଦିନ ପୂର୍ବରୁ ଏହି ସମ୍ମାନ ଘଟଣାରେ ସାରଥିପାଳ ଗ୍ରାମର ମହିଳାଙ୍କୁ ପୋଲିସ୍ ଉଠାଇନେଇଥିଲା । କଣିହାଁ ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠି ଦୁବ୍ୟବହାର କରିବା ସହିତ ଠେଲାପେଲା କରିଥିବା ନେଇ ମହିଳା ଆନ୍ଦୋଳନ କାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଏହି ସଂପର୍କେ ଶ୍ରୀ ତ୍ରିପାଠିଙ୍କର ମତାମତ ନେବାରୁ ସେ ଏନଟିପିସି ଥାନା ଇଲାକାର ଘଟଣା ଘଟିଥିବା ବେଳେ ଘଟଣାସ୍ଥଳକୁ ଯାଇଥିବା କଥାକୁ ଶ୍ରୀ ତ୍ରିପାଠି ସ୍ୱୀକାର କରିଥିବା ବେଳେ ସେଭଳି ର୍ଦୁବ୍ୟବହାର ହୋଇନଥିବା ପ୍ରକାଶ କରିଛନ୍ତି ।
previous post
next post