ଓଡିଶା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫର୍ମ ପାଇଁ ବିଡିଓଙ୍କୁ ଘେରିଲେ ପଞ୍ଚାୟତବାସୀ

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ଗ୍ରାମ ପଞ୍ଚାୟତର ୯ ଖଣ୍ଡ ଗାଁର ଲୋକେ ଶନିବାର ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଘେରିଥିବା ଜଣାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବେଦନ ଫର୍ମ ପାଇଁ ଏହି ଘେରାଉ ହୋଇଥିବା ଜଣାପଡିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ପୂର୍ବରୁ ଫର୍ମ ଦାଖଲ କରିବାକୁ ତାରିଖ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ଠିକ ଭାବେ ସୂଚନା ପାରିନଥିବାରୁ ଏହି ପଞ୍ଚାୟତର ବହୁ ଲୋକେ ଠିକ୍ ସମୟରେ ଆବେଦନ କରିପାରିନଥିଲେ । ଏପରିକି ପ୍ରଥମ ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଥିବା ବେଳେ ଯୋଗ୍ୟ ହିତାଧିକାରୀମାନେ ତାଲିକାରୁ ବାଦ୍ ପଡିଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଯୋଜନା ଅନୁସାରେ ଗୃହ ଯୋଗାଇ ଦେବାକୁ ଦାବି ହୋଇଛି । ତେବେ ଏହାକୁ ନେଇ ନାରାୟଣପୁର ପଞ୍ଚାୟତର ୯ ଖଣ୍ଡ ଗାଁର ଲୋକେ ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଶେଷରେ ‘କ’ ଜୋନର ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା କାଡ୍ରାକା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଲୋକଙ୍କ ସମସ୍ୟାଗୁଡିକୁ ନେଇ ବିଡିଓ ଅନୁପ କୁମାର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ଫର୍ମ ଆବେଦନ କରିବା ସମୟସୀମା ବୃଦ୍ଧି କରାଯିବ ଓ କେହି ବି ଏଥିରୁ ବାଦ ପଡିବେ ନାହିଁ ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।

Related posts

ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଜେଲ୍ ଅଧୀକ୍ଷକଙ୍କ ବଦଳି

mahabharatanews

ଜୀବନ ହାରିଲେ ତାଳଚେର ତହସିଲ କନିଷ୍ଠ କିରାଣି

mahabharatanews

ସ୍କୁଲ ଫି ପାଇଁ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଲେ ସ୍କୁଲ କର୍ତ୍ତୃପକ୍ଷ

mahabharatanews

Leave a Comment