Uncategorized

ପ୍ଲାଷ୍ଟିକ ବିରୋଧରେ କେରଳ ସରକାରଙ୍କ ଅଭିଯାନ

(ଥିରୁଅନନ୍ତପୁରମ): କେରଳ ସରକାର ପ୍ଲାଷ୍ଟିକ ବିରୋଧରେ ଏକ ବଡ ଧରଣର ଅଭିଯାନ ଆରମ୍ଭ କରିଛନ୍ତି । ରାଜ୍ୟ ସରକାର କେବଳ ପ୍ଲାଷ୍ଟିକର ବ୍ୟବହାର ନୁହେଁ, ତାହାର ଉତ୍ପାଦନ, ବିତରଣ, ଖରିଦ ଓ ପ୍ରସାର ଉପରେ ମଧ୍ୟ ସମ୍ପୁର୍ଣ୍ଣ କଟକଣା ଲଗାଇଛନ୍ତି । ନିକଟରେ କେରଳ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ ସବୁ ପ୍ରକାରର ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ଉତ୍ପାଦନ, ଖରିଦ ଓ ବ୍ୟବହାରକୁ ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଲଗାଯାଇଛି । ତେବେ କେରଳର କେତେକ ସରକାରୀ ଉଦ୍ୟୋଗ ଯେପରି ରାଜ୍ୟ ପାନୀୟ ନିଗମ, ସମବାୟ ଦୁଗ୍ଧ ବିପଣନ ଫେଡେରେସନ ଆଦିକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି । ଏହା ବ୍ୟତୀତ ପ୍ଲାଷ୍ଟିକ ବଦଳରେ ଲୋକେ କେଉଁ ବିକଳ୍ପ ସାମଗ୍ରୀର ବ୍ୟବହାର କରିହେବ ତା ସମ୍ପର୍କରେ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି । ପ୍ଲାଷ୍ଟିକ ବ୍ୟାଗ ବଦଳରେ କପଡା ବା କାଗଜ ନିର୍ମିତ ବ୍ୟାଗ, ପ୍ଲାଷ୍ଟିକ ଓ ଥର୍ମୋକୁଲ ବାସକୁସନ ବଦଳରେ ଚିନାମାଟି, ଧାତୁ ନିର୍ମିତ, କାଚ ବାସନକୁସନ ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି ।

ତେବେ କଟକଣାକୁ ନ ମାନି ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ ଓ ବିକ୍ରୀ କରୁଥିବା ସଂସ୍ଥାମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି ଏନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଏହି କଟକଣା ପ୍ରଥମ ଥର ପାଇଁ ଉଲଙ୍ଘନ କଲେ ୧୦ ହଜାର ଟଙ୍କା । ଦ୍ୱିତୀୟ ଥର ପାଇଁ ୨୫ ହଜାର ଓ ୩ୟ ଥର ପାଇଁ ୫୦ ହଜାର ଟଙ୍କା ଆଦାୟ କରାଯିବ । ଏହା ସହିତ ସମ୍ପୃକ୍ତ ସଂସ୍ଥ।।କୁ ବନ୍ଦ କରିଦିଆଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।

Related posts

ନାଗାପାଟନମରେ ୩୬୫ କୋଟି ଟଙ୍କାର ମେଡିକାଲ କଲେଜ ପାଇଁ ଶିଳାନ୍ୟାସ

mahabharatanews

ଦ୍ୱିତୀୟ ଲହରରେ ଅକ୍ସିଜେନ ଅଭାବରୁ କେହି ମରିନାହାନ୍ତି: କେନ୍ଦ୍ର

mahabharatanews

ପିଲା ଚୋର ସନ୍ଦେହରେ ମ।ଡ, ୩ ଅଟକ

mahabharatanews

Leave a Comment