Uncategorized

ଚମ୍ପକ ଦ୍ୱାଦଶୀରେ ଶ୍ରୀକ୍ଷେତ୍ର ପରିକ୍ରମା କଲେ ଚଳନ୍ତି ପ୍ରତିମା

ପୁରୀ ଶ୍ରୀମନ୍ଦିରରେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ୱାଦଶୀ ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଚମ୍ପକ ଦ୍ୱାଦଶୀ ନୀତି ଅନୁଷ୍ଠିତ ହୋଇଛି। ଏକାଦଶୀରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବା ପରେ ଦ୍ୱାଦଶୀ ତିଥିରେ ବର-କନ୍ୟା ରୂପେ ଚଳନ୍ତି ପ୍ରତିମାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇ ପାଲିଙ୍କିରେ ବିଜେ କରାଯାଇଥିଲା। ବିମାନବଡୁ ସେବକମାନେ ପାଲିଙ୍କିକୁ କାନ୍ଧରେ ବହନ କରି ବଡ଼ଦେଉଳ ଚତୁଃପାର୍ଶ୍ୱ ପରିକ୍ରମା କରାଇ ସିଂହଦ୍ୱାର ଦେଇ ଗଜପତି ମହାରାଜାଙ୍କ ଶ୍ରୀନଅରକୁ ବିଜେ କରାଇଥିଲେ।

ଶୋଭାଯାତ୍ରା ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାଦ୍ୟ, ଝାଡ଼ଲାଇଟ୍ ଓ ପାରମ୍ପରିକ ସେବାୟତମାନଙ୍କ ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀନଅରରେ ଗଜପତି ମହାରାଜା ଚଳନ୍ତି ପ୍ରତିମାଙ୍କୁ ବନ୍ଦାପନା କରିବା ସହ ମହାସୁଆରଙ୍କ ପ୍ରସ୍ତୁତ ପିଠା ଭୋଗ ଲାଗି, ଚାମର ଆଲଟ ଏବଂ ଅନ୍ୟାନ୍ୟ ପାରମ୍ପରିକ ନୀତି ସମ୍ପାଦନ କରିଥିଲେ। ଏହାପରେ ରାଜପରିବାର ପକ୍ଷରୁ ବର-କନ୍ୟାଙ୍କୁ ବନ୍ଦାପନା ଓ ଭେଟ ନୀତି ମଧ୍ୟ ଅନୁଷ୍ଠିତ ହୋଇଥିଲା।

ସମସ୍ତ ନୀତି ସମ୍ପନ୍ନ ହେବା ପରେ ଚଳନ୍ତି ପ୍ରତିମାଙ୍କୁ ପୁନର୍ବାର ପାଲିଙ୍କିରେ ବିଜେ କରାଯାଇ ବିମାନବଡୁ ସେବକମାନେ କାନ୍ଧରେ ବହନ କରି ଯମେଶ୍ୱର ମହାଦେବ ମନ୍ଦିରକୁ ନେଇଯାଇଥିଲେ। ଏହି ଅବସରରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ରହି ନୀତିକାନ୍ତିକୁ ଦର୍ଶନ କରିଥିଲେ।

Related posts

ମୋବାଇଲ ଦେଖିବାକୁ ବାରଣ କଲେ ବାପାମା’, କୋର୍ଟ ପହଞ୍ଚିଗଲେ ଭାଇଭଉଣୀ

mahabharatanews

ଏକ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ

mahabharatanews

୩ ଦିନରେ ୮୦ ଲକ୍ଷ ଥର ଡାଉନଲୋଡ ହୋଇଛି ଆରୋଗ୍ୟ ସେତୁ ଆପ

mahabharatanews