Uncategorized

ଫାଶୀରେ ବିଳମ୍ବ ହେଲେ କେଜ୍ରିୱାଲ ସରକାର ଦାୟୀ: ନିର୍ଭୟାଙ୍କ ମା’

(ନୂଆଦିଲ୍ଲୀ): ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶ କରିଥିବା ରାଜକ୍ଷମା ଆବେଦନ ଖାରଜ ହୋଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଏହାକୁ ନେଇ ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି ଓ ବିଜେପି ପରସ୍ପରକୁ ଦୋଷ ଦେଉଛନ୍ତି । ତେବେ ଏହା ଭିତରେ ୪ ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବ ହେଲେ କେଜ୍ରିୱାଲ ସରକାର ଦାୟୀ ରହିବେ ବୋଲି ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି । ସେ କହିଛନ୍ତି, ୨୦୧୨ରେ ତାଙ୍କ ଝିଅକୁ ଦୁଷ୍କର୍ମ ମାମଲାରେ ଯେଉଁମାନେ ରାସ୍ତାକୁ ଓହ୍ଲାଇ ନ୍ୟାୟ ପାଇଁ ଦାବି କରୁଥିେଲେ ସେମାନେ ଆଜି ଏହି ପ୍ରସଙ୍ଗରେ ରାଜନୈତିକ ପାଇଦା ଉଠାଉଛନ୍ତି । ସରକାର ଚୁପ୍, କୋର୍ଟ ଚୁପ୍, ଆଇନରେ ଢିଲା ବ୍ୟବସ୍ଥା ରହିଛି । ୨୦୧୭ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିସାରିଥିଲେ । ଏହାପରେ ଫାଶୀ ଦଣ୍ଡାଦେଶ ପାଇଁ ଡେରି କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି ତୁରନ୍ତ ଦୋଷୀଙ୍କୁ ଫାଶୀ ଦେବାକୁ ସେ ଅନୁରୋଧ କରିଛନ୍ତି ।

ସେହିପରି ନିର୍ଭୟାଙ୍କ ବାପା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଏହି ମାମଲା ଦୀର୍ଘଦିନ ଧରି ପଡି ରହିଥିଲା । ଆମେ ନ୍ୟାୟ ପାଇଁ ତତ୍ପରତା ଦେଖାଇବାରୁ ଦିଲ୍ଲୀ ସରକାର ମାମଲାକୁ ଆଗକୁ ବଢାଇଛନ୍ତି । ସେମାନେ ଆବେଦନ କରିବା ପୂର୍ବରୁ ଦିଲ୍ଲୀ ସରକାର କାହିଁକି ଜେଲ ପ୍ରଶାସନକୁ ଫାଶୀ ବାବଦରେ ନୋଟିସ କରିନଥିଲା । ଯଦି ନିର୍ବାଚନ ପୂର୍ବରୁ କୌଣସି ନିଷ୍ପତ୍ତି ନଆସେ ତେବେ ସେଥିପାଇଁ କେଜ୍ରିୱାଲ ସରକାର ଦାୟୀ ରହିବେ ।

Related posts

ଏହି ଦେଶରେ ଟ୍ରେନ ଓ ବସ ସେବା ମାଗଣା

mahabharatanews

ଜନସନ ଆଣ୍ଡ ଜନସନର  କରୋନା ଟୀକା ପରୀକ୍ଷଣ ବନ୍ଦ 

mahabharatanews

ଚୀନକୁ ପଛରେ ପକାଇଲା ଇଟାଲୀ

mahabharatanews

Leave a Comment