ଓଡିଶା

ବଡଦିନ: ବଲିଉଡ ସିଙ୍ଗର ହର୍ଶଦୀପ କଉରଙ୍କ ପକ୍ଷରୁ ଷ୍ଟାର ନାଇଟ

ଗୋପ: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗରେ ଅ ।ୟୋଜିତ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ-୨୦୧୯ ଉତ୍ସବର ଦ୍ୱାଦଶତମ ଦିନରେ ବଡଦିନ ଅବସରରେ ଭାରତର ସୁପ୍ରସିଦ୍ଧ ବଲିଉଡ ପ୍ଲେବ୍ୟାକ ସିଙ୍ଗର ହର୍ଶଦୀପ କଉର ଓ ସାଥୀଙ୍କ ପକ୍ଷରୁ ଷ୍ଟାର ନାଇଟ ଅନୁଷ୍ଠିତ ହୋଇଯାଇଛି । ରକ ମ୍ୟୁଜକର ତାଳେ ତାଳେ ହର୍ଶଦୀପ ଓ ସାଥୀ କଳାକାରମାନେ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମତୁଅ ।ଲା କରି ଦେଇଥିଲେ । ଅ ।ସନ୍ତା ୩୦ ତାରିଖରେ ମମି ଖାନ, ଜାନୁୟାରୀ ୪ତାରିଖରେ ବେନି ଦୟାଳ, ୧୧ ତାରିଖରେ ପାନୋ, ୧୮ ତାରିଖରେ ଦିବ୍ୟ କୁମାର, ୨୩ ତାରିଖରେ ସଲିମ ସୁଲେମାନ, ୩୧ ତାରିଖରେ କ୍ରିଷ୍ଣା ବେଉରା ମ୍ୟୁଜିକାଲ ଗ୍ରୁପ ପକ୍ଷରୁ ସନ୍ଧ୍ୟା ୬ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଷ୍ଟାର ନାଇଟ ଅ ।ୟୋଜିତ ହେବ ।

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗସ୍ଥିତ ସାହୁଖଣତାଠାରେ ବଙ୍ଗୋପାସାଗର ସହିତ ମିଶିଥିବା କୂଶଭଦ୍ରା ନଦୀଶଯ୍ୟାର ମଧ୍ୟଭାଗରେ ପଞ୍ଚ ତାରକା ହୋଟେଲ ପରି ସମସ୍ତ ସୁବିଧା ଥାଇ ୫୦ଟି ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ତମ୍ବୁ ଗୃହ ନିର୍ମାଣ କରାଯାଉଛ । ଏହାର ନାମ ରଖା ଯାଇଛି “ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ-୨୦୧୯ । ଏହି ଇକୋ ରିଟ୍ରିଟ ଭିଲେଜରେ ରାତ୍ରିଯାପନ କରୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସାତପଡା, ପୁରୀ, ଭୂବନେଶ୍ୱର ଓ ଧଉଳୀ ସ୍ୱତନ୍ତ୍ର ବସରେ ବୁଲାଇନେବା ସହିତ ସୂର୍ଯ୍ୟମନ୍ଦିର ପରିସରରେ ଅ ।ୟୋଜିତ ଶବ୍ଦ ଓ ଅ ।ଲୋକକୁ ଉପଭୋଗ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏତଦବ୍ୟତୀତ ପର୍ଯ୍ୟଟକମାନଙ୍କ ପାଇଁ ·ହା, କଫି, ସ୍ନାକ୍ସ, ମଧ୍ୟାହ୍ନ ଭୋଜନ, ରାତ୍ରଭୋଜନ, ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ପାରାସେଲିଙ୍ଗ୍ ପାରାମାଉଣ୍ଟିଂ, ଏଟିଭି, ଅ ।ରଚେରୀ, ରାଇଫଲ ସୁଟିଙ୍ଗ, ବାଇସାଇକଲ ·ଳନା, ବିଚ୍ ଭଲି, ଜରବିଙ୍ଗ, ୱାଟର ରୋଲର, ଟ୍ରାମ୍ପପୋଲିନର ମଜା ଉଠାଉଛନ୍ତି । ସମୁଦ୍ରର ଗର୍ଭରୁ ଭାସିଅ ।ସୁଥିବା ଜୁଅ ।ରର ଗର୍ଜନ ସାଙ୍ଗକୁ କୁଶଭଦ୍ରା ନଦୀର ସ୍ଥିର ଜଳରାଶି ଓ ବାଲୁଖଣ୍ଡ ଅଭୟାରଣ୍ୟର ସୁ ସୁ ଶବ୍ଧର ରୋମାଞ୍ଚକର ଅନୁଭୂତି ମଧ୍ୟରେ ରାତ୍ରିରହଣିର ମଜା ଉଠାଉଛନ୍ତି ପର୍ଯ୍ୟଟକ । ବେଳାମାର୍ଗ ରାସ୍ତାରୁ ପର୍ଯ୍ୟଟକଙ୍କୁ ଇକୋ ରିଟ୍ରିଟ ଭିଲେଜ ପରିସରକୁ ନବା ଅ ।ଣିବା ପାଇଁ ବ୍ୟାଟେରୀ ·ଳିତ ଯାନର ବ୍ୟବସ୍ଥା କରାଯାଇ ଥିବା ବେଳେ ପର୍ଯ୍ୟଟକଙ୍କ ସୂରକ୍ଷା ବ୍ୟବସ୍ଥା, ଗମନାଗମନ, ପନୀୟ ଜଳ ଯୋଗାଣ ଇତ୍ୟାଦିର ସୁବନ୍ଦୋବସ୍ତ କରାଯାଇଛି । ଉତ୍ସବ ସ୍ଥଳକୁ ଅ ।ସୁଥିବା ସାଧାରଣ ଲୋକଙ୍କ ପାଇଁ ଫୁଡ ବଜାର, ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀର ବଜାର ଲାଗି ଥିବା ବେଳେ ମୃଦୁ ପାନୀୟର ବାରମାନ ଖୋଲା ଯାଇଛି ଥିବା ବେଳେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Related posts

ଖୋଲିଲା ରେଷ୍ଟୁରାଣ୍ଟ ଓ ବାର୍

mahabharatanews

୬୦ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ନ୍ଧନା କଲା ଜିଲ୍ଲଶ ବିଜେଡି

mahabharatanews

ସାର, ଔଷଧ, ବିଶୋଧକ ମହଜୁଦ ରହିଛି: ମନ୍ତ୍ରୀ

mahabharatanews

Leave a Comment