ଅପରାଧ

ବନ୍ଦ ଘରୁ ୨ ମୃତଦେହ ଉଦ୍ଧାର

(ମହାଭାରତ, କେଉଁଝର): କେଉଁଝର ଜିଲ୍ଲା ପାଟଣା ଥାନା ନୂଆବନ୍ଧ ଗାଁରେ ଏକ ଅଘଟଣ ଘଟିଛି । ଏଠାରେ ଏକ ବନ୍ଦ ଘର ଭିତରୁ ୨ଟି ମୃତଦେହ ଉଦ୍ଧାର ହୋଇଛି । ମୃତକ ଦ୍ୱୟଙ୍କ ମଧ୍ୟରେ ଜଣେ ପୁରୁଷ ଓ ମହିଳା ଅଛନ୍ତି । ତେବେ ସେମାନଙ୍କ ସମ୍ପର୍କ ଓ ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି । ପଡୋଶୀମାନେ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ମୃତକଙ୍କ ପରିବାର ଲୋକେ ପହଞ୍ଚି ନଥିବାରୁ ଶବଦ୍ୱୟକୁ ବ୍ୟବଚ୍ଛେଦ ଲାଗି ପଠାଯାଇ ପାରିନାହିଁ । ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଚର୍ଚ୍ଚା ହେଉଛି ।

Related posts

ପୁଅ କଲା ମା’କୁ ହତ୍ୟା

mahabharatanews

ସାମାନ୍ୟ ବଚସାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

mahabharatanews

ବାଇକ୍ ଦୁର୍ଘଟଣାକୁ ନେଇ ଯୁବକଙ୍କୁ ଛୁରାମାଡ

mahabharatanews