ଓଡିଶା

ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରକ ଚାଳକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

(ବଲାଙ୍ଗୀର/ ମଧୂସୁଦନ ବହିଦାର): କରୋନା ଜନିତ ଲକଡାଉନ କଟକଣା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ରେ ଟ୍ରକ ଚାଳକ ମାନଙ୍କ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ଜଣେ ଜଣେ ଯୋଦ୍ଧା ଭଳି କରୋନା ସଂକ୍ରମଣ କୁ ଖାତିର ନ କରି ଘର ପରିବାର ଭୁଲି ଜରୁରି କାଳୀନ ସମୟରେ ଟ୍ରକ ଚାଳକମାନେ କର୍ତ୍ତବ୍ୟରତ ରହିଛନ୍ତି । ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ଟ୍ରକ ଚାଳକ ସଂଘ ର ସଦସ୍ୟ ମାନଙ୍କୁ ରାସନ୍ ସାମଗ୍ରୀ ରହିଥିବା କିଟ୍ ପ୍ରଦାନ କରାଯାଇଛି । ପ୍ରତ୍ୟେକ କିଟରେ ଚାଉଳ, ଡାଲି, ଅଟା,ଆଳୁ, ପିଆଜ, ତେଲ, ଲୁଣ, ମସଲା, ହଳଦୀ ଓ ବିସ୍କୁଟ ଆଦି ରାସନ ସାମଗ୍ରୀ ରହିଛି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଙ୍କ ଏମଏଲଏ ଲ୍ୟାଡ୍ ପାଂଠି ରୁ କିଟ୍ ପିଛା ଏକ ହଜାର ପାଂଚ ଶହ ଟଙ୍କା ର ସାମଗ୍ରୀ ଯୋଗାଇ ଦିଆଯାଇଛି । ପ୍ରଥମ ପର୍ୟ୍ୟାୟରେ ସଂଘ ର ୧୬୮ ଜଣ ଟ୍ରକ ଚାଳକଙ୍କୁ ଜିଲ୍ଲା ଟ୍ରକ୍ ମାଲିକ ସଂଘ କାର୍ୟ୍ୟାଳୟ ରେ ଏହି ସହାୟତା ଯୋଗାଇ ଦିଆଯାଇଛି । ।

Related posts

“କେନ୍ଦ୍ର ବାଂଲାଦେଶକୁ ଝାଡ଼ଖଣ୍ଡର ବିଦ୍ୟୁତ୍ ପ୍ରଦାନ କରୁଛି” :ସାଂସଦ ସଞ୍ଜୟ ସିଂ 

mahabharatanews

କଟକ ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା

mahabharatanews

ଆଜି ହେରାପଞ୍ଚମୀ, ମା’ ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ

mahabharatanews