ଓଡିଶା

ବହୁଜନ କ୍ରାନ୍ତ୍ରୀ ମୋର୍ଚ୍ଚା ପକ୍ଷରୁ ଢେଙ୍କାନାଳଠାରେ ଭାରତ ବନ୍ଦ

ଢେଙ୍କାନାଳ: ବହୁଜନ କ୍ରାନ୍ତୀ ମୋର୍ଚ୍ଚା ପକ୍ଷରୁ ସିଏଏ/ଏନଆରସି ବିରୋଧରେ ଡିଏନଏ ଆଧାରରେ ଏନଆରସି ଲାଗୁ ଓ ଇଭିଏମ ବିରୋଧରେ ଆଜି ଭାରତ ବନ୍ଦର ପ୍ରଭାବ ଢେଙ୍କାନାଳରେ କିଛିକାଂଶରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସହରର କଣ୍ଟାନାଳୀ ବାଇପାସଠାରେ କର୍ମୀମାନେ ବିଭିନ୍‌ନ ନାରାବାଜି କରି ୫୫ ନମ୍ବର ଜାତୀୟ ରାଜପଥ ଉପରେ ଧାରଣା ଦେଇ ର।।ସ୍ତା ଅବରୋଧ କରିଥିଲେ । ଢେଙ୍କାନାଳ ବାଇପାସ ଦେଇ ଅନୁଗୁଳ-କଟକ ଯ।।ଉଥିବା ରାସ୍ତା ଦେଇ ଯାଉଥିବା ସମସ୍ତ ଗାଡି ଚଳାଚଳ କିଛି ଘଣ୍ଟା ପାଇଁ ବାଧା ପ୍ରାପ୍ତ ହୋଇଥିଲା । ଅବରୋଧକୁ ହଟାଇବାକୁ ପୋଲିସର ଉଦ୍ୟମ କରିଥିଲା । ଭାରତ ବନ୍ଦକୁ ସଫଳ କରିବା ପାଇଁ କର୍ମୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ ରହିଥିବା ସହ ବିଭିନ୍ନ ସରକାରୀ ଦପ୍ତରକୁ ବନ୍ଧ ରଖିବାକୁ କର୍ମୀମାନେ ପିକେଟି କରିଥିଲେ । କୌଣସି ଅଘଟଣକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ବିଭିନ୍ନ ସ୍ଥାନରେ ପୁଲିସ ନିୟୋଜିତ ଥିବା ଦେଖିବାକୁ ମଳିଥିଲା ।

Related posts

ଏନଟିପିସି,କଣିହାଁ ପକ୍ଷରୁ ସହୀଦ୍ ଜବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଜଂଳୀ

mahabharatanews

ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମାଆ ମଙ୍ଗଳା

mahabharatanews

ବରୁଣେଇ ପାଦଦେଶରେ ଗୁରୁ ଶିଷ୍ୟ ମିଳନ ଉତ୍ସବ

mahabharatanews