ଓଡିଶା

ବାଲୁକା କଳାରେ ଜନତା କର୍ଫ୍ୟୁକୁ ସୁଦର୍ଶନଙ୍କ ସମର୍ଥନ

ଗୋପ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବିଶ୍ୱ ମହାମାରୀ କରୋନା ଧୀରେ ଧୀରେ ଆମ ଦେଶରେ ତାର କାୟା ବିସ୍ତାର କରି ଚାଲିଛି । ଏହାକୁ ପ୍ରତିହତ କରିବାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୋଟିଏ ଦିନ ପାଇଁ ସମସ୍ତ ଦେଶବାସୀଙ୍କୁ ଘରେ ରହି ଏହି ଭୂତାଣୁର ମୁକାବିଲା କରିବାକୁ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଛନ୍ତି । ଏହାକୁ ନେଇ ଜନ ସତର୍କତା ଓ ସଚେତନତାକୁ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମର୍ଥନ କରିଛନ୍ତି । ସାଧାରଣ ସଚେତନତା ପାଇଁ ସେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବଲୁକା କଳା ମାଧ୍ୟମରେ ସମର୍ଥନ ଜଣାଇବା ସହ ଏହାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି । ସମସ୍ତ ଦେଶ ବାସୀ ଜନତା କାର୍ଫ୍ୟୁକୁ ମାନି ରବିବାର ସକାଳୁ ସନ୍ଧ୍ୟା ଯାଏ ଘରେ ରହିବାକୁ ସୁଦର୍ଶନ ଲୋକଙ୍କୁ ବାଲୁକା କଳା ମାଧ୍ୟମରେ ବାର୍ତା ଦେଇ ଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଲୋକେ ସଚେତନ ହେବା ସହ ଦରକାର ଥିଲେ କେବଳ ଘରୁ ବାହାରିକୁ ବାର୍ତା ଦେଇଛନ୍ତି ବଲୁକା କଳା ମାଧ୍ୟମରେ ସୁଦର୍ଶନ ।

Related posts

ଆସନ୍ତା ୨୨ ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ

mahabharatanews

ଏଆଇସିସି ସଭାପତି ଖଡ଼ଗେଙ୍କୁ ଭେଟିଲେ ଆରୋ ପ୍ରସାଦ

mahabharatanews

ନିଆଳୀ କସର୍ଦାରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

mahabharatanews