ଓଡିଶା

ସରିଲା ପକ୍ଷୀଗଣନା

 (ଚିଲିକା) : ଶେଷ ହେଲା ଚିଲିକାରେ ପକ୍ଷୀଗଣନା । ଚଳିତବର୍ଷ ଗ୍ରୀଷ୍ମକାଳୀନ  ଶୁକ୍ରବାର ଦିନ ଶେଷ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀ ପ୍ରଜାତିଙ୍କ ସଂଖ୍ୟା କମି ଥିବାବେଳେ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି।  

 

ସୂଚନାନୁଯାୟୀ , ଚଳିତବର୍ଷ ୫ଟି ରେଞ୍ଜ୍‌ରେ ୫୪ ହଜାର ୪୦୭ ବିଦେଶୀ ପକ୍ଷୀ ରହିଥିବା ବେଳେ ୮୫୪୦ଟି ଦେଶୀୟ ପକ୍ଷୀ ରହିଥିବା ଗଣନା ବେଳେ ଜଣାପଡ଼ିଛି। ଏହି ୫ଟି ରେଞ୍ଜ୍‌ରେ ୪୩ଟି ବିଦେଶୀ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି। ସାତପଡ଼ା ରେଞ୍ଜ୍‌ରେ ୭୭୪୪, ବାଲୁଗାଁରେ ୧୮୬୫୫, ଟାଙ୍ଗୀରେ ୨୦୫୭୦, ରମ୍ଭାରେ ୨୦୦୨ ଓ ଚିଲିକା ରେଞ୍ଜ୍‌ରେ ୫୪୩୬ଟି ବିଦେଶୀ ପକ୍ଷୀ ରହିଛନ୍ତି। ସେହିଭଳି ସାତପଡ଼ାରେ ୧୦୧୯, ବାଲୁଗାଁରେ ୧୯୨୬, ଟାଙ୍ଗୀରେ ୩୭୧୫, ରମ୍ଭାରେ ୬୨୨, ଚିଲିକା ରେଞ୍ଜରେ ୧୨୫୫ଟି ଦେଶୀୟ ପକ୍ଷୀ ରହିଛନ୍ତି।

Related posts

ଅପରାଜିତା ଉନ୍ମୋଚନ କଲେ ବାର୍ଷିକ ରିପୋର୍ଟ କାର୍ଡ

mahabharatanews

ରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ୍ ବ୍ୟବସ୍ଥା ଲାଗୁ କରାଯିବ

mahabharatanews

ଘନ କୁହୁଡି ଯୋଗୁଁ ପରିବର୍ତ୍ତନ ହୋଇଛି ୬ ବିମାନର ଗତିପଥ

mahabharatanews