ଓଡିଶା

ବିଜିଗୋଳରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉଦ୍ ଯାପିତ

କଣିହାଁ/ ଜ୍ୟୋତି ରଂଜନ ଧର : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବିଜିଗୋଳ ଗ୍ରାମବାସୀଙ୍କ ପକ୍ଷରୁ ଗତ ଶନିବାର ଚାଲିଥିବା ୧୨ତମ ବାର୍ଷିକ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ରବିବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଗତ ଶୁକ୍ରବାର ବିଜିଗୋଳ ମଙ୍ଗଳା କୋଠି ଠାରେ ପୂର୍ବାହ୍ନ୧୨ ଘଂଟିକାରେ ଯଥା ରିତିନିତିରେ ପୂଜାର୍ଚ୍ଚନା ସାରିବା ପରେ ନିକଟସ୍ଥ ବ୍ରାହ୍ମଣୀ ନଦୀ ତଟ ଅଭିମୁଖେ ବ୍ରତଧାରୀ ମାନେ ପହଁଚି ଥିଲେ । ସେଠାରେ ପୁରୋହିତଙ୍କ ଦ୍ୱାରା ସ୍ୱତନ୍ତ୍ର ମନ୍ତ୍ରପାଠ ଓ ପୂଜାର୍ଚ୍ଚନା ପରେ କଳସୀରେ ପାଣି ଘେନି ୨୬୧ଜଣ ପୁରଷ, ମହିଳା ବ୍ରତଧାରୀଙ୍କ ପକ୍ଷରୁ ବିରାଟ ଶୋଭାଯାତ୍ରାରେ କଳସ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଅପରାହ୍ନ ୪ ଘଂଟିକାରେ ବ୍ରାହ୍ମଣୀ କୂଳ ଠାରୁ ଏନଟିପିସି ପାଣି ପମ୍ପ ହାଉସ, ବାରଡାଙ୍ଗୁଆ ଗ୍ରାମ, ବିଜିଗୋଳ ନୂଆଁସାହି ପରିକ୍ରମା କରି ବିଜିଗୋଳ ଗ୍ରାମସ୍ଥ ମଙ୍ଗଳା ପିଠ ପ୍ରାଙ୍ଗଣରେ ଯଜ୍ଞସ୍ଥଳ ପ୍ରାଙ୍ଗଣରେ ବ୍ରତଧାରୀ ମାନେ ଆସି ଘଟସ୍ଥାପନ କରିଥିଲେ । କଳସ ଶୋଭାଯାତ୍ରା ସମୟରେ ପାରମ୍ପରିକ ବାଜଣା, ଘଣ୍ଟ, ଶଙ୍ଖ ଓ ହରିନାମ ଧ୍ୱନୀରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇ ଏକ ଆ୍ମାତ୍ମିକ ପରିବେଶ ସୃଷ୍ଠି ହୋଇଥିଲା । ସେହିଦିନ ରାତି ୮ ଘଂଟିକାରେ ଅଧିବାସ ସମାପନ ହୋଇଥିଲା ଆୟୋଜକଙ୍କ ପକ୍ଷରୁ ଦୁଇ ଦିନ ପର୍ଯ୍ୟନ୍ତ ଶ୍ରାଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାନ୍ନ ବ୍ୟବସ୍ଥା କରାଯାଥିଲା । ଶନିବାର ସକାଳ ୫ ଘଂଟିକା ଠାରୁ ରବିବାର ସକାଳ ପର୍ଯ୍ୟନ୍ତ ଅହୋରାତ୍ର ନାମ ସଂକୀର୍ତ୍ତନ ବ୍ଲକସ୍ଥ ଉଭୟେ ପୁରୁଷ / ମହିଳା ଆଦି ୩୨ ମଣ୍ଡଳୀଙ୍କ ପକ୍ଷରୁ ନାମସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଉତ୍ସବର ଉଦ୍‌ଯାପନୀ ଅବସରରେ ପୂର୍ଣ୍ଣାହୁତ, ନାମଯଜ୍ଞ ବିଶ୍ରାମ, ନଗର କୀର୍ତ୍ତନ, ଦଧିଭାଣ୍ଡ ଭଜନ ଓ ପୂର୍ବାହ୍ନ ୧୨ଘଂଟିକାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ବିଶେଷକରି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ୧୨ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତ ବର୍ଷ ଏହି ଉତ୍ସବକୁ ଗାଁର ଯୁବଗୋଷ୍ଠି ଯାକଜକମରେ ପାଳନ କରଥିଲେ । ଏହି ଧର୍ମାଷ୍ଠାନରେ ସ୍ଥାନୀୟ ଅଂଚଳର ହଜାର ହଜାର ଅଧିବାସୀ ନିଜକୁ ସାମିଲ କରି ବିଭୁକୃପା ଲାଭ କରିଥିଲେ । ମାନସ ରଞ୍ଜନ ନାଥ, ଅରବିନ୍ଦ ସାହୁ, ଅଜିତ୍ କୁମାର ପାଣି, ସୁରଥ କୁମାର ସାହୁ, ବିଷ୍ଣୁ ଚରଣ ପ୍ରଧାନ, ପରେଶ ରଞ୍ଜନ ନାଥ, ମଣ୍ଟୁ ପ୍ରଧାନ, ଅଙ୍ଗଦ ଦାସ, ଅରବିନ୍ଦ ସାହୁ, ଜ୍ଞାନେଶ ରଂଜନ ନାଥ, ବିରେନ ଦାସ, ମଣ୍ଟୁ ସାହୁ, ରଂଜିତ କୁମାର ବେହରରା, ଜିତୁ ବେହେରା, ସୁନନ୍ଦ କୁମାର ସାହୁ,ମାମୁଲ ସାହୁ, ମନୋରଞ୍ଜନ ବେହେରା, ବାଉରୀବନ୍ଧୁ ବେହେରା, ନିଶ୍ଚଳ ସାହୁ, ପାକୁନ ଦାଶ, ଅଙ୍କିତ ନାଥ, ଅଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Related posts

ମଦ ନିଶା ନେଲା ପୁଅର ଜୀବନ

mahabharatanews

୫ଟି ସଚିବଙ୍କୁ ଭେଟି ନିଜ ଦୁଃଖ ଜଣାଇଲେ ବୃଦ୍ଧ ଦମ୍ପତ୍ତି

mahabharatanews

ଅନୁଷ୍ଠିତ ହେଲା ଅଦ୍ବିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର

mahabharatanews

Leave a Comment