Uncategorized

ବିଜୟ ଦିବସ: ସେନାର ବୀରତ୍ୱକୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ବିଜୟ ଦିବସ । ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଆଜିର ଦିନରେ ଭାରତ ବଜୟ ହାସଲ କରିଥିଲା । ଭାରତ ମାତାକୁ ବିଜୟୀ କରିଥିବା ସୈନ୍ୟଙ୍କ ବୀରତ୍ୱକୁ ମନେ ପକାଇବାକୁ ପ୍ରତି ବର୍ଷ ବିଜୟ ଦିବସ ପାଳିତ ହୋଇ ଆସୁଛି । ଏହି କ୍ରମରେ ସୋମବାର ଦିନ ବିଜୟ ଦିବସ ଅବସରରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସେନାର ବୀର ସପୁତଙ୍କୁ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି ଯେ, ଭାରତୀୟ ସେନା ଯେଉଁ ଇତିହାସ ରଚିଛି ତାହା ସ୍ୱର୍ଣ୍ଣ ଅକ୍ଷରରେ ବର୍ଣ୍ଣିତ ହୋଇ ରହିବ ।
ପ୍ରଧାନମନ୍ତ୍ରୀ ଟୁଇଟ ମାଧ୍ୟମରେ ସମ୍ମାନ ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି କି, ବିଜୟ ଦିବସ ଅବସରରେ ଭାରତୀୟ ସୈନିକଙ୍କ ସାହସ, ବୀରତ୍ୱ ଓ ପରାକ୍ରମକୁ ମୁଁ ମୁଣ୍ଡ ନୁଆଁଇ ସମ୍ମାନ ଜଣାଉଛି । ଅ ।ଜିର ଦିନରେ ଅ ।ମ ସୈନିକମାନେ ଯେଉଁ ଇତିହାସ ରଚିଛନ୍ତି, ତାହା ସର୍ବଦା ସ୍ୱର୍ଣ୍ଣ ଅକ୍ଷରରେ ବର୍ଣ୍ଣିତ ହୋଇ ରହିବ । ୧୯୭୧ ମସିହା ଆଜିର ଦିନରେ ହୋଇଥିବା ଯୁଦ୍ଧରେ ପାକିସ୍ତାନର ୯୦ ହଜାର ସୈନିକ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ । ପରେ ଯୁଦ୍ଧ ଶେଷ ହେବା ପରେ ସେମାନଙ୍କୁ ସମ୍ମାନେ ଛାଡି ଦିଆଯାଇଥିଲା ।

Related posts

୨ରେ ରିଲିଜ ହେବ ଡଙ୍କି ଟିଜର୍ 

mahabharatanews

ବିଶ୍ୱର ସର୍ବବୃହତ୍ତ କୋଭିଡ-୧୯ ହସ୍ପିଟାଲ ଉଦ୍ଘାଟିତ

mahabharatanews

ୟୁପି କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ମିଳିବ ଆଇପ୍ୟାଡ

mahabharatanews

Leave a Comment