ଓଡିଶା

ବିଦ୍ୟୁତ ଆଘାତରେ ୧ ମୃତ

(ମହାଭାରତ, ଭଦ୍ରକ): ଭଦ୍ରକ ଗ୍ରାମାଞ୍ଚଳ ଥାନା ବଳଭଦ୍ରପୁର ଗାଁରେ ଏକ ଅଘଟଣ ଘଟିଛି । ବିଜୁଳି ମରାମତି କରୁଥିବା ବେଳେ କରେଣ୍ଟ ଝଟ୍କାରେ ଜଣେ ବ୍ୟକ୍ତିଙ୍କୁ ପ୍ରାଣ ହରାଇବାକୁ ପଡିଛି । ସୂଚନା ଅନୁଯାୟୀ, ଏହି ଗାଁର କୈଳାଶ ପରିଡା ନିଜ ଘରେ ବିଦ୍ୟୁତ କାମ କରୁଥିଲେ । ଏହି ସମୟରେ ଅଚାନକ କରେଣ୍ଟ ମାରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖା ଦେଇଥିଲା । ଏପରିକି ମୃତକଙ୍କ ପରିବାର ଲୋକେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଇ ନଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚିଥିଲା । ଡାକ୍ତର ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

Related posts

ରାମନାଗ ବ୍ଲକ କାର୍ଯ୍ୟଳୟରେ ଯୁଗ୍ମ ଅଭିଯୋଗେ ଶୁଣାଣି

mahabharatanews

ଯୁବଶିଳ୍ପୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

mahabharatanews

ପୋଲିସ ଡ଼ିଜିଙ୍କ ଜଗନ୍ନାଥ ଦର୍ଶନ

mahabharatanews

Leave a Comment