ଓଡିଶା

ବିଭିନ୍ନ ସମସ୍ୟା ନେଇ ଧାରଣାରେ ବସିଲେ ମହିଳା

ଜୟନ୍ତ ସେଠୀ/ ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ମୁନିଦା ଗ୍ରାମ ପଞ୍ଚାୟତର ଅଳଉତା ଗ୍ରାମକୁ ବ୍ଳକ ପ୍ରଶାସନ ପକ୍ଷରୁ କଣ୍ଟମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏହାରି ମଧ୍ୟରେ କିନ୍ତୁ ଗ୍ରାମବାସୀମାନେ ବିଭିନ୍ନ ଦାବୀ ନେଇ ଧାରଣା ଦେଇଛନ୍ତି । ଗ୍ରାମର ମହିଳା ଓ ପୁରୁଷମାନେ ଗ୍ରାମକୁ ବିଶୋଧନ କରିବା, ସମସ୍ତଙ୍କର ସ୍ୱାବ ପରୀକ୍ଷା, ପାନୀୟ ଜଳ ଯୋଗାଣ, ବ୍ଳକ ବିଡିଓ, ସରପଞ୍ଚଙ୍କ ଲାଭକ୍ଷୋର ମନବୃତ୍ତି ପାଇଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟନୁଷ୍ଠାନ ଦାବିରେ ଧାରଣା ଦେଇଛନ୍ତି । ପରେପରେ କୋଭିଡି -୧୯ ପାଇଁ ସ୍ୱତନ୍ତ ଭାବେ ନିଯୁକ୍ତି ହୋଇଥିବା ଏଡିଏମ ସୁବାଷ ଚନ୍ଦ୍ର ନାଥଶର୍ମା , ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ, ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଧାରଣା ଦେଇଥିବା ଅଳଉତା ଗ୍ରାମର ମହିଳା ଓ ପୁରୁଷ ମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଜେପି ପୁରୀ ଜିଲ୍ଲା ସଭାପତି ଆଶିତ ପଟ୍ଟନାୟକଙ୍କ ସହିତ ମୁନିଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ ପହଞ୍ଚି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କୁ ସମସ୍ତ ତଥ୍ୟ ଓ ଅବଗତ କରାଇବେ ବୋଲି ଏଡିଏମ ନାଥଶର୍ମା କହିବା ପରେ ଧାରଣାରତ ମହିଳା ମାନେ ଉଠିଥିଲେ।

Related posts

ଜନ୍ମ ନେଲେ ଭଗବାନ ଶ୍ରୀକୃଷ୍ଣ 

mahabharatanews

୨୬ରେ ସୁଦ୍ଧା ଆଉ ଏକ ଲଘୁଚାପ

mahabharatanews

ମହାବିଦ୍ୟାଳୟ ପରିସରରେ ବାର୍ଷିକ ‘ସମର ଫେଷ୍ଟିଭାଲ’  ମହାସମାରୋହରେ ପାଳନ

mahabharatanews