Uncategorized

ବୀରାପାନ୍ନର ଘନିଷ୍ଠ ମହିଳା ସହଯୋଗୀ ଗିରଫ

(ଚାମରାଜନଗର): ଦୁର୍ଦ୍ଦାନ୍ତ ଡକାୟତ ତଥା ଚନ୍ଦନ ତସ୍କର ବୀରାପାନ୍ନର ମୃତ୍ୟୁକୁ ୧୫ ବର୍ଷ ବିତିଯାଇଛି । ସୋମବାର କର୍ଣ୍ଣାଟକ ପୋଲିସ ତାର ଘନିଷ୍ଠ ମହିଳା ସହଯୋଗୀ ଷ୍ଟେଲା ମ୍ୟାରିକୁ ଚାମରାଜନଗରରୁ ଗିରଫ କରିଛି । ସେ ଦୀର୍ଘ ୨୭ ବର୍ଷ ଧରି ଫେରାର ରହିଥିବା ବେଳେ ନିଜ ପରିଚୟ ଲୁଚାଇ ଆସୁଥିଲେ । ପୋଲିସ ତାଙ୍କୁ କୋଲିଗାଲ ଅଞ୍ଚଳରୁ ଗିରଫ କରିଛି ବୋଲି ଚାମରାଜନଗର ଏସପି ଏଚଡି କୁମାର ସୂଚନା ଦେଇଛନ୍ତି । ତେବେ ପୋଲିସ ତରଫରୁ ଜେରା ବେଳେ ଷ୍ଟେଲା ନିଜ ବ୍ୟକ୍ତିଗତ ଜୀବନ ଓ ବିବାହ ବିଷୟରେ ସ୍ୱାୀକାର କରିଛି । ଏହାସହ ସେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଚାଳନା ବିଷୟରେ ବୀରାପାନ୍ନ ଠାରୁ ତାଲିମ ପାଇଥିବା ମଧ୍ୟ ପୋଲିସକୁ କହିଛି । ସୂଚନାଯୋଗ୍ୟ, ବୀରାପାନ୍ନର ମୃତ୍ୟୁ ପରେ ପୋଲିସ ତାର ଘନିଷ୍ଠ ସହଯୋଗୀ ଷ୍ଟେଲାକୁ ଖୋଜୁଥିଲା ।

Related posts

ପୁଲିସ ଗୁଳିରେ ୮ ଲକ୍ଷ ଟଙ୍କା ପୁରସ୍କାର ଥିବା ନକ୍ସଲର ମୃତ୍ୟୁ

mahabharatanews

ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

mahabharatanews

ଭେଣ୍ଟିଲେଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ

mahabharatanews