(କ୍ରିଷ୍ଣଗିରି): କୁଖ୍ୟାତ ଚନ୍ଦନ ଦସ୍ୟୁ ବୀରାପାନ୍ନର ଝିଅ ବିଦ୍ୟା ରାନୀ ଶନିବାର ବିଜେପିରେ ସାମିଲ ହୋଇଛନ୍ତି । ତାମିଲନାଡୁର କ୍ରିଷ୍ଣଗିରି ଠାରେ ବିଧିବଦ୍ଧ ଭାବେ ସେ ଦଳରେ ଯୋଗ ଦେଇଛନ୍ତି । ତାମିଲନାଡୁର କ୍ରିଷ୍ଣଗିରି ଠାରେ ବିଜେପିର ଏକ ସମାରୋହରେ କିଛି କର୍ମୀ ଦଳର ସଦସ୍ୟତା ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରେ ପିଏମକେର ଅନେକ କର୍ମୀ ମଧ୍ୟ ଅଛନ୍ତି । ତାମିଲନାଡୁ ବିଜେପିର ସାଧାରଣ ସମ୍ପାଦକ ମୁରଲୀ ରାଓ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପୋନ ରାଧାକ୍ରିଷ୍ଣନ ଏହି ଉତ୍ସବରେ ଯୋଗ ଦେଇଥିଲେ । ଗରିବ ଓ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ପାଇଁ ସେ କାମ କରିବାକୁ ଇଚ୍ଛୁକ ବୋଲି ଦଳରେ ଯୋଗ ଦେବା ପରେ ସେ କହିଛନ୍ତି । ସେହିପରି ଏମାନଙ୍କ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତୁତ ଯୋଜନାଗୁଡିକୁ ପହଞ୍ଚାଇବାକୁ ୍ଲକ୍ଷ୍ୟ ରଖିଥିବା ସେ କହିଛନ୍ତି । ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି । ତେବେ ବିଦ୍ୟାଙ୍କ ବ୍ୟତୀତ ପ୍ରାୟ ୧ ହଜାର ଯୁବକ ଯୁବତୀ ଏହି ଉତ୍ସବରେ ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଥିଲେ । ଗତ ଏକ ବର୍ଷ ଧରି ବିଦ୍ୟା ଏକ ଟ୍ୟୁସନ ସେଣ୍ଟର ଚଳାଉଛନ୍ତି । ସେ ଧର୍ମ ବା ଜାତିର ବାଛ ବିଚାର ନ କରି ଶିକ୍ଷା ମାଧ୍ୟମରେ ଗରିବଙ୍କ ସାହାଯ୍ୟ କରୁଛନ୍ତି । ସୂଚନାଯୋଗ୍ୟ, ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳ ଜଙ୍ଗଲରେ ରାଜା ବୋଲାଉଥିବା ବୀରାପାନ୍ନକୁ ଧରିବା ପାଇଁ ୧୯୯୦ ମସିହାରେ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ଏଥିରେ ବିଫଳତା ପରେ ୨୦୦୧ ମସିହାରେ ଟାସ୍କ ଫୋର୍ସ ମୁଖ୍ୟ ବିଜୟ କୁମାରଙ୍କ ନେତୃତ୍ୱରେ ଅପରେନଓ କୋକୋନ୍ ଆରମ୍ଭ ହୋଇଥିଲା । ଶେଷରେ ୨୦୦୪ ଅକ୍ଟୋବରରେ ତାମିଲନାଡୁ ଟାସ୍କ ଫୋର୍ସ ହାତରେ ତା’ର ଜୀବନ ଯାଇଥିଲା ।
previous post
next post