ଓଡିଶା

ବୃଦ୍ଧାଙ୍କୁ ଧକ୍କା ଦେଲା ବାଇକ୍

(ମହାଭାରତ, ସତ୍ୟବାଦୀ): ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ସାକ୍ଷୀଗୋପାଳ ବ୍ଲକ ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧା ଜଣକ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ତାଳପଡା ଦଳିତ ବସ୍ତିର ଲତା ଭୋଇ । ଛକ ନିକଟରେ ଥିବା କାନାଡା ବ୍ୟାଙ୍କ ଆଗରେ ଜଣେ ବୃଦ୍ଧା ରାସ୍ତା ପାର ହେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ବୃଦ୍ଧାଙ୍କର ଡାହାଣ ପଟ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି । ତେବେ ଧକ୍କା ଦେଇଥିବା ବାଇକ ଚାଳକଙ୍କ ସମେତ ଜଣେ ଯୁବତୀ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗୁରୁତର ଆହତ ହୋଇଥିବା ବୃଦ୍ଧାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ଟିକୁ ଜବତ କରିଛି ।

Related posts

ଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବା ବେଳେ ଖୋଦ୍ ଅର୍ଥମନ୍ତ୍ରୀ ନରହିବା ଏହା ଗୃହ ପାଇଁ ଅସମ୍ମାନ – ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି

mahabharatanews

ରାଜ୍ୟରେ ୨୪ ଘଣ୍ଟାରେ ୭୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ , ୪ ମୃତ୍ୟୁ

mahabharatanews

ପାଣିପାଗ ବିଭାଗର ସତର୍କ ସୂଚନା

mahabharatanews