Uncategorized

ବେଡରୁମରେ ଏହି ସବୁ ଜିନିଷ ଥିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ

(ମହାଭରତ): କିଛି ଘରେ ସ୍ୱାମୀଙ୍କର ମଧ୍ୟରେ ପ୍ରାୟ ସବୁବେଳେ ଝଗଡା ହୋଇଥାଏ । ବିଭିନ୍ନ ଘରେ ବିଭିନ୍ନ କାରଣରୁ କଳି,ଝଗଡା ହୁଏ । ତେବେ ଅନେକ ସମୟରେ ଦେଖାଯାଏ, ଗୋଟିଏ ଗୋଟିଏ ଘରେ ସେମିତି କିଛି ବିଶେଷ କାରଣ ନଥାଇ ସ୍ୱାମୀସ୍ତ୍ରଙ୍କର ମଧ୍ୟରେ ସବୁବେଳେ କଳି ହୋଇଥାଏ । ଏପରି ସ୍ଥଳେ ଘରର ବାସ୍ତୁଦୋଷକୁ ଏଡାଇ ଦିଅନ୍ତୁ ନାହିଁ । କୁହାଯାଏ, ବେଡରୁମରେ ବାସ୍ତୁଦୋଷ ରହିଲେ ସ୍ୱାମୀସ୍ତ୍ରଙ୍କ ମଧ୍ୟରେ ସବୁବେଳେ କଳି, ଝଗଡା ହୋଇଥାଏ । ଯଦି ବେଡରୁମ ବାସ୍ତୁ ଅନୁସାରେ ତିଆରି ହୋଇଛି,ତା’ହେଲେ ସେଠାରେ ରଖୁଥିବା ଜିନିଷ ଉପରେ ଧ୍ୟାନ ଦିଅନ୍ତୁ । କାରଣ ଏମିତି କିଛି ଜିନିଷ ରହିଛି,ଯେଉଁଗୁଡିକୁ ବେଡରୁମରେ ରଖିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କୁ ସେସବୁ ଜିନିଷ ବିଷୟରେ କହିବୁ ।
ଚପଲ:
ଆପଣ ଯେଉଁ ଘରେ ଶୋଉଛନ୍ତି, ସେ ଘରେ ଚପଲ ବା ସକ୍ସ ରଖନ୍ତୁ ନାହିଁ । ଏହା ରଖିବା ଦ୍ୱାରା ସେଠାରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
ଝାଡୁ:
ଶୋଇବା ଘରେ ଝାଡୁ ରଖନ୍ତୁ ନାହିଁ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପଛରେ ଏହା ବଡ କାରଣ ହୋଇଥାଏ ।
ଚିରା ପୋଷାକ:
ବେଳେ ବେଳେ ଆପଣଙ୍କ ବେଡରୁମରେ ଚିରାଫଟା କପଡା ରହିଯାଇଥାଏ । ଏହାକୁ ତୁରନ୍ତ ସେ ରୁମର ବାହାର କରିଦିଅନ୍ତୁ । ବେଡରୁମରେ ଫଟୋ କପଡା ରଖିବା ଦ୍ୱାରା ଆପଣ ବିପଦକୁ ଆମନ୍ତ୍ରଣ କରିଥାନ୍ତି ।
ପଲିଥିନ:
ଶୋଇବା ଘରେ କେବେ ବି ପଲଥିନି ରଖନ୍ତୁ ନାହିଁ । ଏହା ରଖିବା ଦ୍ୱାରା ସେଠାରେ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ଓ ଘରେ ଅଯଥା କଳି ଝଗଡା ସୃଷ୍ଟି ହୋଇଥାଏ । ତେଣୁ ଏହି ଜିନିଷକୁ ତୁରନ୍ତ ନିଜ ବେଡରୁମରୁ କାଢି ଦିଅନ୍ତୁ ।
ଟିଭି:
ବେଡରୁମରେ କେବେ ହେଲେ ଟିଭି ରଖନ୍ତୁ ନାହିଁ । ଏହା ମଧ୍ୟ ସ୍ୱାମୀସ୍ତ୍ରୀଙ୍କ ଭିତରେ ଝଗଡା ହେବାର ଏକ କାରଣ ପାଲଟିଥାଏ । ଡାଇନିଂ ବା ଗେଷ୍ଟ ରୁମରେ ଟିଭି ଲଗାନ୍ତୁ ।

Related posts

୫ରେ ଖୋଲିବ ଜିମ୍ ଓ ଯୋଗ ସେଣ୍ଟର, ଜାରି ହେଲା ଗାଇଡଲାଇନ

mahabharatanews

ଗେରୁଆ ଧରିଲେ ମମତା ବାନାର୍ଜୀ, ବିଜେପି କହିଲା ପରିବର୍ତ୍ତନ ନା ନାସ୍ତିକତା?

mahabharatanews

କରୋନା ଯୁଦ୍ଧରେ ଆମ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଶ୍ଚିତ ବିଜୟୀ ହେବେ: ମୋଦୀ

mahabharatanews

Leave a Comment