ଓଡିଶା

ମଜୁରି ବନ୍ଦକୁ ଏଡାଇବାକୁ ଗର୍ଭାଶୟ ବାହାର କଲେ ୩୦ ହଜାର ମହିଳା ଶ୍ରମିକ

ନାଗପୁର : ମହାରାଷ୍ଟ୍ର କୃଷକଙ୍କ ଅ।ତ୍ମହତ୍ୟାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଗରିବ ମହିଳା ଶ୍ରମିକ ଋତୁକାଳୀନ ୪ ଦିନ ମଜୁରି ବନ୍ଦକୁ ଏଡାଇବାକୁ ସେମାନଙ୍କ ଗର୍ଭାଶୟ ବାହାର କରିଦେଉଥିବା ଘଟଣା ଏବେ ସାରା ଦେଶରେ ଅ।ଲୋଡ଼ନ ସୃଷ୍ଟି କରିଛି । ମହାରାଷ୍ଟ୍ରରେ ପ୍ରାୟ ୩୦ହଜାର ଶ୍ରମିଜୀବୀ ମହିଳା କାମ ପାଇଁ ସେମାନଙ୍କ ଗର୍ଭାଶୟ ଅସ୍ତ୍ରୋପ·ର କରି ବାହାର କରିଦେଇଥିବା ଜଣାପଡ଼ିଛି ।

ଉକ୍ତ ମହିଳାମାନେ କୃଷି କ୍ଷେତ୍ରରେ ଦିନ ମଜୁରିଆ ଭାବେ କାମ କରନ୍ତି । ଋତୁଶ୍ରାବ ସମୟରେ ସେମାନେ ପ୍ରାୟ ୪ ଦିନ କାମକୁ ଯାଇପାରନ୍ତି ନାହିଁ । ଫଳରେ ପରିବାର ପ୍ରତିପୋଷଣ କଷ୍ଟକର ହୋଇଯାଏ । ଏହି ସମସ୍ୟାକୁ ଏଡାଇବାକୁ ଯାଇ ଏତେ ସଂଖ୍ୟକ ମହିଳା ଗର୍ଭାଶୟ ବାହାର କରିଦେଇଥିବା କଂଗ୍ରେସ ଦଳର ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ନୀତିନ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ପତ୍ର ଲେଖି ଏହି ସୂଚନା ଦେଇଛନ୍ତି । ଅ।ଖୁ କ୍ଷେତରେ କାମ କରୁଥିବା ମହିଳାମାନଙ୍କ ପାଇଁ କିଛି ଗୁରୁôବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାପାଇଁ ସେ ଠାକରେଙ୍କୁ ଅନୁରୋଧ କରିଛନ୍ତି । କଂଗ୍ରେସ ନେତା ରାଉତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ମହିଳାମାନେ ଜୀବିକା ପାଇଁ ନିଜ ଜୀବନକୁ ବିପଦରେ ପକାଉଥିବାରୁ ଏହାକୁ ରୋକିବା ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ଜରୁରୀ । ମହାରାଷ୍ଟ୍ରର ମରାଠୱାଡ଼ା କ୍ଷେତ୍ରରେ ଗର୍ଭାଶୟ ବାହାର କରିଦେଇଥିବା ମହିଳାଙ୍କ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ତକ୍ରାଳ ସହାୟତା ଯୋଗାଇବା ସହ ମହିଳା କୃଷିଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବାକୁ ନତୀନ ଦାବି କରିଛନ୍ତି ।

Related posts

ବାହାନଗା ରେଳ ଦୁର୍ଘଟଣା : ୫ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ 

mahabharatanews

ସରୋଜକୁ ବଳିର ବୋଦା କଲେ ବୋଥ୍ରା!

mahabharatanews

ଅନେକ ଦେଶରେ ତୃତୀୟ ଲହର ଆସିସାରିଲାଣି: ଡିଏମଇଟି

mahabharatanews