Uncategorized

ମାର୍ଚ୍ଚ ୩ରେ ଆମ ସଂଗ୍ରାମ ଶେଷ ହେବ: ନିର୍ଭର୍ୟାଙ୍କ ମା’

ମହାଭାରତ, ନୂଆଦିଲ୍ଲୀ: ଦିଲ୍ଲୀ ବସ ଗଣଦୁଷ୍କର୍ମ ପୀଡିତା ନିର୍ଭୟାଙ୍କ ମା ଆଶା ଦେବୀ ଆଜି ଗଣମାଧ୍ୟମକୁ କହିଛନ୍ତି, ଆମର ସଂଗ୍ରାମ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାର୍ଚ୍ଚ ୩ ତାରିଖରେ ଦୋଷୀଙ୍କୁ ଫାଶୀ ଦେବା ପରେ ହିଁ ଶେଷ ହେବ । ଗତକାଲି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଦୋଷୀଙ୍କୁ ଫାଶୀଦଣ୍ଡ ଦେବାକୁ ତୃତୀୟ ଥର ଫାଶୀ ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି । ଆମକୁ ଆଶା ସେହି ଦିନ ଚୂଡାନ୍ତ ହେବ । କେହି କୌଣସି ସମାଧାନର ସୁଯୋଗ ଦେଉ ନାହାନ୍ତି, କେବଳ ସମୟ ଦିଆଯାଉଛି । ଏହି ୪ ଦୋଷୀଙ୍କ ପର୍ଯ୍ୟାପ୍ତ ସୁଯୋଗ ଦିଆସରିଲାଣି । ତେଣୁ ଆମ ସଂଗ୍ରାମ ମାର୍ଚ୍ଚ ୩ ତାରିଖରେ ଶେଷ ହେବ ଯେତେବେଳେ ସମସ୍ତ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ ବୋଲି ଆଶା ଦେବୀ କହିଛନ୍ତି । ସେ ଆହୁରି କହିଛନ୍ତି, କୋର୍ଟ ଏହା ପୂର୍ବରୁ ଦୁଇଥର ଡେଥ ୱାରେଣ୍ଟ ଜାରି କରି ସାରିଛନ୍ତି । ଶେଷରେ କାଲି କୌଣସି ଯାଚିକା ଦୋଷୀଙ୍କ ପକ୍ଷରୁ ନ ଥିବାରୁ ପଟିଆଲା କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି । ପୂରା ବିଶ୍ୱ ଦେଖୁଛି, ଏହି ଦୋଷୀମାନେ କିପରି ମୃତ୍ୟୁ ଦଣ୍ଡକୁ ଟାଳି ଚାଲିଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀ କୋର୍ଟ ୪ ନିର୍ଭୟା ଦେଷୀଙ୍କ ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି । ସେମାନଙ୍କୁ ଏକକାଳୀନ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଦେବାକୁ ନିର୍ଦ୍ଦେଶ ରହିଛି । ଗତକାଲିର ଶୁଣାଣି ସମୟରେ ସରକାରୀ ଓକିଲ ଯୁକ୍ତି ବାଢିଥିଲେ କି କୋର୍ଟ ସେମାନଙ୍କୁ ୭ ଦିନ ମଧ୍ୟରେ ସମସ୍ତ ଯାଚିକା ଦାୟର କରିବାକୁ ନିର୍ଦେଶ ଦେଇଥିଲେ । ସେହି ସମୟ ଶେଷ ହୋଇଛି । ବର୍ତ୍ତମାନ କୋର୍ଟରେ କୌଣସି ଯ।।ଚିକା ମଧ୍ୟ ପଡିରହିନାହିଁ । ତେଣୁ ଦୋଷୀଙ୍କ ଡେଥ ୱ।।ରେଣ୍ଟ ଜାରି କରିବାକୁ ସେ କୋର୍ଟଙ୍କୁ ଅନୁରୋଥ କରିଥିଲେ । ପୂର୍ବରୁ ଜାନୁଆରୀ ୭ରେ ଫାଶୀ ଦିଆଯିବାକୁ ଡେଥ ୱାରେଣ୍ଟ ଜାରି ହୋଇଥବଲା । କିନ୍ତୁ ଦୋଷୀ ମାନେ ଆଇନର ଗଳା ବାଟର ସାହାରା ନେଇ ସେହି ଦିନକୁ ଟାଳିଦେଇଥିଲେ । ଏହା ପରେ ଜାନୁଆରୀ ୨୨କୁ ଦିନ ଧାର୍ଯ୍ୟ ହୋଇଥିଲା । ତାହାକୁ ମଧ୍ୟ ଟାଳି ଦେଇଥିଲେ । ଏବେ

Related posts

ଆଦିବାସୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିବେ ରାଜସ୍ଥାନ ସରକାର

mahabharatanews

ବୁଦ୍ଧଙ୍କ ଆଦର୍ଶରେ ରହିଛି ସାମ୍ପ୍ରତିକ ଚ୍ୟାଲେଞ୍ଜକୁ ପ୍ରତିହତ କରିବାର ବାଟ: ମୋଦି

mahabharatanews

ମେକଅପ ନେଉଥିବା କର୍ମଜୀବୀ ମହିଳାଙ୍କ ପାଇଁ ୫ଟି ଟିପ୍ସ

mahabharatanews

Leave a Comment