ଓଡିଶା

ମାଲକାନଗିରି ଜିଲ୍ଲାରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ସୂର୍ଯୃକାନ୍ତ ବେହେରା/ ମାଲକାନଗିରି: ମହାମାରୀ କରୋନା ଦାଉରୁ ଅଳ୍ପକେ ରକ୍ଷା ପାଇଥିବା ମାଲକାନଗିରି ଜିଲାକୁ କରୋନା ମୁକ୍ତ ଜିଲା ବୋଲି ସୋମବାର ଦିନ ଜିଲା ପ୍ରଶାସନ ଘୋଷଣା କରିଥିଲେ । କିନ୍ତୁ ପ୍ରଶାସନର ଘୋଷଣା ୨୪ଘଟାଂ ନ ପୂରୁଣୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ପଂଚାୟତର ସଂଗରୋଧ କେନ୍ଦ୍ରରେ ରହୁଥିଲେ । ସେ ଜଣେ ସୁରଟ ଫେରନ୍ତା । ଏଣୁ ତାର୍ଲାକୋଟା ସଂଗରୋଧ କେନ୍ଦ୍ରର ୧ ଶହ ମିଟର ଦୂରତା ପର୍ୟ୍ୟନ୍ତ ସମ୍ପୁଣ୍ଣ ଅଚଂଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଆସନ୍ତା ୭୨ଘଂଟା ପାଇଁ ଘୋଷଣା କରି ଆକ୍ରାନ୍ତଙ୍କୁ ମାଲକାନଗିରି କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସରପଞ୍ଚ ସୋମନାଥ ବାର୍ସେ ନିଜେ ଉପସ୍ଥିତ ରହି କଂଟେନମେଂଟ ଅଂଚଳକୁ ସିଲ କରିଥିଲେ ।ପୂର୍ବରୁ ଜିଲାରେ ମୋଟ ୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ ଆଉ ଜଣେ ଚିହ୍ନଟ ହେବା ପରେ ଏହା ୨୨ରେ ପହଚିଂଛି । ୨୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Related posts

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

mahabharatanews

ଆସିବ ନୂଆ R&R ପଲିସି : ଏଣିକି ଜମିର କ୍ଷତିପୂରଣ ପାଇଁ ସରକାର ଦେବେ ଜମି

mahabharatanews

ଶୂନ୍ୟକାଳରେ ଏଏସଓ ଚାକିରି ବିବୃତ୍ତି ନେଇ ବିଜେଡି ହଙ୍ଗାମା: ୪ଟା ଯାଏ ଗୃହ ମୁଲତବି

mahabharatanews