ଲକ୍ଷେ୍ନø: ବିଏସପି ସୁପ୍ରିମୋ ମାୟାବତୀ ଗୁରୁବାର ପରୋକ୍ଷରେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସମାଲୋଚନା କରିଛନ୍ତି । ରାଜସ୍ଥାନର କୋଟାରେ ଗତ ମାସରେ ମୃତ୍ୟୁବରଣ କରିଥିବା ୧୦୦ ଜଣ ପିଲାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ କାହିଁକି ପ୍ରିୟଙ୍କା ସେହି ମାମଲାରେ ନିରବ ବୋଲି ପ୍ରଶ୍ନ କରିଛନ୍ତି ମାୟାବତୀ ।
ମାୟାବତୀ ଟୁଇଟ କରି ରାଜସ୍ଥାନର ଅଶୋକ ଗେହଲଟ ସରକାରର ସ୍ଥାଣୁତା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ଅସମ୍ବେଦନଶୀଳ ବୋଲି କହିବା ସହ ଏହାକୁ ନିନ୍ଦା କରିଛନ୍ତି । ଅନ୍ୟ ଏକ ପୋଷ୍ଟରେ ମାୟାବତୀ କହିଛନ୍ତି, ଏହି ସମ୍ବେଦନଶୀଳ ଘଟଣାରେ କଂଗ୍ରେସର ବରିଷ୍ଠ ନେତା, ମୁଖ୍ୟତଃ ମହିଳା ସାଧାରଣ ସମ୍ପାଦିକାଙ୍କ ନିରବତା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଉତ୍ତରପ୍ରଦେଶ ପରି, ଯଦି କୋଟାରେ ସରକାରୀ ଅବହେଳାରୁ ମୃତ୍ୟୁବରଣ କରିଥିବା ମୃତ ଶିଶୁଙ୍କ ମା’ ମାନଙ୍କୁ ପ୍ରିୟଙ୍କା ଭେଟିଥାନ୍ତେ, ତେବେ ଭଲ ହୋଇଥାନ୍ତି । ମାୟାବତୀ ଆହୁରି କହିଛନ୍ତି, କଂଗ୍ରେସର ମହିଳା ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଯଦି କୋଟାରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ମା’ମାନଙ୍କୁ ନ ଭେଟନ୍ତି, ତେବେ ଉତ୍ତର ପ୍ରଦେଶ ପୀଡିତଙ୍କ ପରିବାରକୁ ଭେଟିବା ମାତ୍ର ଏକ ରାଜନୈତିକ ମାଇଲେଜ ଓ ଡ୍ରାମା ହେବ ।
