Uncategorized

ମୁଜାଫରପୁର ଆଶ୍ରମ ଯୌନ କେଳେଙ୍କାରୀ, ରାୟ ଆସନ୍ତା ୧୧ ଯାଏ ସଂରକ୍ଷିତ

ମୁଜାଫରପୁର: ବିହାରର ମୁଜାଫରପୁର ସ୍ଥିତ ଏକ ଆଶ୍ରୟ ଗୃହରେ ଝିଅମାନଙ୍କ ସହ କଥିତ ଦୁଷ୍କର୍ମ ଏବଂ ଶାରୀରିକ ଉତ୍ପୀଡନ ମାମଲାରେ ମଙ୍ଗଳବାର ଦିଲ୍ଲୀର ସାକେତ କୋର୍ଟରେ ଶୁଣାଣି ହୋଇଛି । କୋର୍ଟ ମୁଖ୍ୟ ଆରୋପୀ ବ୍ରିଜେଶ ଠାକୁର ଓ ୧୮ ଅନ୍ୟ ଅଭିଯୁକ୍ତଙ୍କ ଦଣ୍ଡ ଉପରେ ରାୟ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି ।
ସିବିଆଇ ମୁଜାଫରପୁର ଆଶ୍ରମ ଗୃହ ଯୌନ ଉତ୍ପୀଡନ ମାମଲାର ଦୋଷୀ ବ୍ରିଜେଶ ଠାକୁରକୁ ଆଜୀବନ ଦଣ୍ଡାଦେଶ ଶୁଣାଇବାକୁ ଅନୁରୋଧ କରିଛି । ଏହା ପରେ ଅତିରିକ୍ତ କ୍ଷେତ୍ର ବିଚାର ପତି ଜଷ୍ଟିସ ସୌରଭ କୁଳଶ୍ରେଷ୍ଠ ନିଜ ରାୟକୁ ୧୧ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି । ସିବିଅ।।ଇ ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଅଧିକରୁ ଅଧିକ ଦଣ୍ଡ ବିଧାନର ଦାବି କରିଛନ୍ତି । ସେହିପରି ଦୋଷୀମାନେ ମଧ୍ୟ ଏହି ମାମଲ।।ରେ ସେମାନଙ୍କ ଦଣ୍ଡ କମ କରିବାକୁ ଗୁହାରୀ ଲଗାଇଛନ୍ତି ।
ସୂଚନାଯୋଗ୍ୟ, ମୁଜାଫରପୁର ଆଶ୍ରମ ଗୃହ ମାମଲାରେ କୋର୍ଟ ଜାନୁଆରୀ ୨୦ ତାରିଖରେ ବ୍ରଜେଶ ଠାକୁର ଓ ୧୮ ଅନ୍ୟ ଅଭିଯୁକ୍ତଙ୍କୁ ବହୁ ଝିଅଙ୍କୁ ଯୌନ ଶୋଷଣ ଓ ଶାରୀରିକ ଉତ୍ପୀଡନ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । କେନ୍ଦ୍ରର ସାଚାଳକ ବିହାରର ପିପୁଲ୍ସ ପାର୍ଟିର ପୂର୍ବତନ ବିଧାୟକ ବ୍ରିଜେଶ ଠାକୁର ଥିଲା । ଏହି ମାମଲାରେ କୋର୍ଟ ୧ ମାସ ପାଇଁ ଜାନୁଆରୀ ୧୪ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଥିଲେ ।

Related posts

ମହାକୁମ୍ଭ: ତୁରନ୍ତ ନିଷ୍ପତ୍ତି ନେବାକୁ ଅଖିଳ ଭାରତୀୟ ଆଖଡା ପରିଷଦର ପରାମର୍ଶ

mahabharatanews

ସରପଞ୍ଚଙ୍କୁ ହତ୍ୟା କାପୁରୁଷତା: କାଶ୍ମୀର ଲ୍ୟୁଟେନାଣ୍ଟ ଗଭର୍ନର

mahabharatanews

କରୋନା: ୩ ଦିନ ବ୍ୟାପୀ ଆମେରିକା ପାଳିବ ରାଷ୍ଟ୍ରୀୟ ଶୋକ

mahabharatanews